କେନ୍ଦୁଝର: ପୁରୁଣାବଜାର ବାଇପାସ୍ ନିକଟରେ ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ମାଡ଼ିଗଲା ୧୪ ଚକିଆ ଟ୍ରକ୍..

0
212

କେନ୍ଦୁଝର,୧୨/୧୧ –କେନ୍ଦୁଝର ଟାଉନ ଥାନା ପୋଖରୀପାଣି ଏନଏଚ ୨୦ ବାଇପାସ ରାସ୍ତାରେ ଏମଭିଆଇ ଚେକିଂ ବେଳେ ଆର୍‌ଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣାସ୍ଥଳରେ ଆର ଟି ଓ ର ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ୧୪ ଚକିଆ ଟ୍ରକଟି କେଉଁଆଡ଼େ ଫେରାର ହୋଇଯାଇଛି। ଆଜି ସକାଳୁ ବାଇପାସରେ ଏମଭିଆଇଙ୍କ ସମେତ ଆର ଟି ଓ କର୍ମଚାରୀ ମାନେ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ଥିଲେ । ଆର ଟି ଓ ଗାଡିର ଡ୍ରାଇଭର ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ମାରିଥିବା ବେଳେ ଗାଡିଟି ନ ଅଟକି ଡ୍ରାଇଭରଙ୍କ ଉପରେ ଚଢାଇ ଦ୍ରୁତ ଗତିରେ ପଳାଇଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସକୁ କିଛି ଖବର ନଦେଇ ଅନ୍ୟ ଆର ଟି ଓ କର୍ମଚାରୀମାନେ ମୃତ ଡ୍ରାଇଭରଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଂଚି ଘଟଣାର ଛାନଭିନ୍ କରିବା ଆରମ୍ଭ କରିଥିବା ବେଳେ ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here