ଅଟୋ ଓଲଟି ଆଠ ଜଣ ଆହତ, ଦୁଇ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର ।

0
266

ବୁଗୁଡା, ୧୯/୧୧/୨୦୨୧ : ବୁଗୁଡା ଥାନା ଅନ୍ତର୍ଗତ ତାଳସର ନିକଟରେ ଏକ ଅଟୋ ଓଲଟି ପଡିବା ଯୋଗୁଁ ୮ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ଜଣା ପଡ଼ିଛି ଯେ କରଚୁଲି ଗ୍ରାମ ପଞ୍ଚାୟତ ସିଙ୍ଗିପୁର ଗ୍ରାମର କିଛି ଲୋକ ଅଟୋରେ ଧନୀଜାପଲ୍ଲୀକୁ ଶୁଦ୍ଧ କାର୍ୟ୍ଯରେ ଯୋଗଦେଇ ଗ୍ରାମକୁ ଫେରିଲା ବେଳେ ଗୋଲିଆ ପଞ୍ଚାୟତର ତାଳସର ନିକଟରେ ଅଟୋ ଓଲଟି ପଡ଼ିଥିଲା। ଯାହାଫଳରେ ଅଟୋ ଡ୍ରାଇଭର ବନମାଳୀ ନାୟକଙ୍କ ସମେତ ଆଠ ଜଣ ଆହତ ହୋଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଯୋଗେ ଅଧିକ ଆହତ ଅଟୋ ଚାଳକ ବନମାଳୀ ନାୟକ, କୁନି ନାୟକ, ପଦ୍ମା ନାୟକ, କାମି ନାୟକ ଓ ସନ୍ୟାସୀ ନାୟକଙ୍କୁ ବୁଗୁଡା ମେଡ଼ିକାଲକୁ ଅଣାଯାଇଥିଲା। ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଅଟୋ ଚାଳକ ବନମାଳୀ ନାୟକଙ୍କ ଡାହାଣ ଗୋଡ ହାଡ଼ ଭାଙ୍ଗି ଯାଇଥିବା ବେଳେ ପଦ୍ମା ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ତିନି ଜଣ ବୁଗୁଡା ମେଡ଼ିକାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here