କୀଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା

0
199

ଗୋଳନ୍ଥରା,୧୯/୧୧/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ମୃତ ମହିଳା ଜଣଙ୍କ ହେଲେ ମାମିନା ଦାସ (୨୫) ବୋଲି ଜଣାପଡିଛି l ସୂଚନା ଅନୁଯାଇ, ଗତ କାଲି ସନ୍ଧ୍ୟାରେ ମାମିନା କୌଣସି ବ୍ୟକ୍ତିଗତ ସମସ୍ୟାକୁ ନେଇ ମାନସିକ ଭାରସାମ୍ୟ ହରାଇ କୀଟନାଶକ କୀଟନାଶକ ପିଇ ଦେଇଥିଲେ l ବିଷକ୍ରିୟାରେ ସେ ଗୁରୁତର ହେବାରୁ ପରିବାର ବର୍ଗ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତି କରିଥିଲେ l ରାତି ସାଢେ ବାରଟା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଏ ନେଇ ପୋଲିସ ଗୋଳନ୍ଥରା ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠେଇବା ସହ ଥାନାରେ କେଶ ନମ୍ବର ୩୪/୨୧ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ପ୍ରଦାନ କରିଛନ୍ତି l

LEAVE A REPLY

Please enter your comment!
Please enter your name here