ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳନ

0
168

ପୋଲସରା, ୨୬/୧୧/୨୦୨୧: ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ନଭେମ୍ବର ୨୬ ତାରିଖ ଦିନ ଜାତୀୟ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ବିଶ୍ୱର ସବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ପ୍ରଣୟନ ସଭାରେ ଗୃହିତ ହୋଇଥିଲା। ଭାରତୀୟ ସମ୍ବିଧାନ ହେଉଛି ଆମ ଦେଶର ସର୍ବୋଚ୍ଚ ବିଧି। ଏହି ନଥିପତ୍ରରେ ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ପ୍ରଭୃତି ବିଷୟରେ ମୂଳଦୁଆ ସ୍ଥାପିତ ହୋଇଛି। ଏହା ହେଉଛି ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ। ଭାରତର ପ୍ରତ୍ୟେକ ନାଗରିକ ଆମ ସମ୍ବିଧାନକୁ ସମ୍ମାନ ଜଣାଇ ନିଷ୍ଠାର ସହ ଗ୍ରହଣ କରିବା ପାଇଁ ନଭେମ୍ବର ୨୬ ତାରିଖକୁ ଆମେ ଜାତୀୟ ସମ୍ବିଧାନ ଦିବସ ଭାବେ ପାଳନ କରି ଆସୁଅଛୁ। ଏହି ବାର୍ତ୍ତାକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଦିବାକର ମିଶ୍ରଙ୍କ ନେତୃତ୍ୱରେ ଅଧ୍ୟାପକ ବୃନ୍ଦ, ଶେଖ ଫରିଦ୍(ଦର୍ଶନ ଶାସ୍ତ୍ର), ପ୍ରକାଶ ଚନ୍ଦ୍ର ସାହୁ (ଶିକ୍ଷା ), ଅନିଲ କୁମାର ଦାଶ ( ରାଜନୀତି ବିଜ୍ଞାନ ), ସିଦ୍ଧାର୍ଥ ଦାଶ ( ରାଜନୀତି ବିଜ୍ଞାନ ), ଡକ୍ଟର ଜୋତ୍ସ୍ନା ରାଣୀ ପଟ୍ଟନାୟକ (ଓଡ଼ିଆ ), ବିରଞ୍ଚିନାରାୟଣ ରଥ ( ଓଡ଼ିଆ), ପ୍ରମୋଦ କୁମାର ରଥ ( ଇଂରାଜୀ ), ଓ ଶାନ୍ତନୁ କୁମାର ପ୍ରଧାନ ( ଇତିହାସ ) ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବୃନ୍ଦ ଦେଶର ଜଣେ ଜଣେ ଉତ୍ତମ ନାଦରିକ ଭାବେ ସମ୍ବିଧାନକୁ ସମ୍ମାନ ଜଣାଇବା ସହ ନୀତିନିୟମକୁ ମାନି ଚାଲିବା ପାଇଁ ଶପଥ ପାଠ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here