କଙ୍କୋରଡ଼ା କଲେଜ ରାଜନୀତି ବିଜ୍ଞାନ ବିଭାଗର ସମ୍ବିଧାନ ଦିବସ ପାଳନ ସହ ନବ ବିଦ୍ଯାର୍ଥୀଙ୍କୁ ସମ୍ବର୍ଦ୍ଧନା

0
247

ବ୍ରହ୍ମପୁର,୨୭ / ୧୧ / ୨୦୨୧ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଭାରତର ୭୨ତମ ସମ୍ବିଧାନ ଦିବସ ପାଳନ ଉତ୍ସବ ଆଜି ଶୁକ୍ରବାର ଦିନ କଲେଜ ପରିସରରେ ଆୟୋଜିତ ହୋଇଅଛି । ଏହା ସହିତ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ବିଦ୍ୟାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଅଛି । ବିଭାଗୀୟ ମୁଖ୍ୟ ଡ଼ . ରବିନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ବିଭାଗର ମୁଖ୍ୟ ଡ଼.ସନ୍ତୋଷ କୁମାର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପିକା ଡ଼.ସସ୍ମିତା ସାହୁ ଯୋଗଦେଇ ଦେଶ ଗଠନରେ ସମ୍ବିଧାନର ମହତ୍ବପୂର୍ଣ୍ଣ ଭୂମିକା ଏବଂ ଦେଶର ଭବିଷ୍ଯତ ପିଢିଙ୍କ ସହଭାଗିତା ଉପରେ ସକରାତ୍ମକ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ସମ୍ବିଧାନକୁ ସମ୍ମାନ ଜଣାଇ ଜଣେ ରାଜନୀତି ବିଜ୍ଞାନର ଶିକ୍ଷାନବୀଶ ଭାବେ ବ୍ଯକ୍ତିଗତ ଓ ସାମାଜିକ କ୍ଷେତ୍ରରେ ନିଜର ପଦମର୍ଯ୍ୟାଦା ବଜାୟ ରଖି ପାରିବା ନେଇ ସର୍ବଦା ଯତ୍ନବାନ୍ ହେବାକୁ ବିଭାଗୀୟ ଅଧ୍ଯାପକ ଅନୁପ୍ରାଣିତ କରିଥିଲେ । ପରିଶେଷରେ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ପ୍ରୀୟଙ୍କା ଜେନା ସାମୂହିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here