ବିବାହ ବାର୍ଷିକ ଅବସରରେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ ସହ ରକ୍ତଦାନ

0
515

ବ୍ରହ୍ମପୁର,୨୭/୧୧/୨୦୨୧: ଆଜିର ଦୁନିଆ ରେ ସମସ୍ତେ ନିଜ ନିଜର ବିବାହ ଦିବସକୁ ସ୍ମରଣୀୟ କରିବା ପାଇଁ ଉଦ୍ୟମ କରିଥାଆନ୍ତି l ସେଭଳି ନିଆରା ବାର୍ଷିକୀ ପାଳନ କରିଛନ୍ତି ଯୁବ ପରିବେଶବିତ୍ ଧର୍ମରାଜ ପାତ୍ର ଓ ଶିକ୍ଷୟତ୍ରୀ ଲୋପାମୁଦ୍ରା ପାତ୍ର l
ସେମାନେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ ସହ ଯୋଗାଯୋଗ କରି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁକୁଣ୍ଡା ହଜରେ ବର ଓ ଅଶ୍ୱତ୍ଥ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟରେ ଚିକିର୍ଷିତ ହେଉଥିବା ଗୋରୁଙ୍କୁ ଗୋଖାଦ୍ୟ ପ୍ରଦାନ କରିଥିଲେ ଏବଂ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର କରିବା ସକାଶେ ନିଜ ସହଯୋଗୀଙ୍କ ସହ ମିଶି ରକ୍ତଦାନ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି।
ପ୍ରକାଶ ଥାଉକି ବ୍ରହ୍ମପୁର ସବୁଜ ବାହିନୀ ସହାୟତା ରେ ଜନ୍ମ ଦିନ, ବିବାହ ବାର୍ଷିକୀ, ସ୍ମୃତି ଦିନ ମାନଙ୍କରେ ଗୋଟିଏ ବୃକ୍ଷ କୁ ପୋଷ୍ୟ ରୂପେ ଗ୍ରହଣ କରିବା ସହ ସମାଜ ତଥା ପରିବେଶ ସୁରକ୍ଷା ଦିଗରେ ନିଜର କର୍ତଵ୍ୟ ସମ୍ପାଦନ ପାଇଁ ଏଭଳି ମହତ କାର୍ଯ୍ୟକ୍ରମ ଜାରି ରହିଛି l

LEAVE A REPLY

Please enter your comment!
Please enter your name here