୧୧ ଟି କେନ୍ଦ୍ରରେ ଏସଏ – ୧ ପରୀକ୍ଷା ଦେଲେ ୧୯୨୭ ଜଣ

0
332

ବୁଗୁଡା,୦୫/୦୧/୨୦୨୨: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ୨୦୨୨ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ମୂଲ୍ୟାୟନ ଆକଳନ ପରୀକ୍ଷା ( ଏସଏ – 1 ) ଜାନୁଆରୀ ୫ ତାରିଖରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଅଛି। ଦଶମ ଶ୍ରେଣୀର ଏହି ଏସଏ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ। କୋଭିଡ କଟକଣା ଯୋଗୁଁ ଯଦି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହୋଇପାରିବ ନାହିଁ , ତେବେ ଏହି ଏସଏ – ୧ ପରୀକ୍ଷା ମୂଲ୍ୟାୟନକୁ ନେଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ନିଷ୍ପତ୍ତି ହୋଇଛି। ବୁଗୁଡା ବ୍ଲକର ବୁଗୁଡାର ପିପୁଲସ ହାଇ ସ୍କୁଲ, ବୁଦ୍ଧଗିରି ବିଦ୍ୟାପୀଠ ଓ ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ କରଚୁଲି, ବି କରଡ଼ାବାଡ଼ି, ପଙ୍କଳବାଡି, ମାଣିତରା, ଗୋଲିଆ, ପୋଚାଲୁଣ୍ଡି, ବାଲିପଦର ଓ ତାଳସାକର ଉଚ୍ଚ ବିଦ୍ୟାଳୟ ମାନଙ୍କରେ ମୋଟ ୧୧ ଟି ପରୀକ୍ଷା କେନ୍ଦ୍ରରେ ଏସଏ – ୧ ପରୀକ୍ଷା କେନ୍ଦ୍ର ହୋଇଅଛି। ନିଜ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଉନଥିବା ବେଳେ ଅନ୍ୟ କେନ୍ଦ୍ରରେ ପରୀକ୍ଷା ଦେବା ବ୍ୟବସ୍ଥା କରାଯାଇଛି। ବୁଗୁଡା ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ୨୦୬୯ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ପ୍ରଥମ ଦିନ ୧୯୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ସ୍କ୍ୱାର୍ଡ ପରିଦର୍ଶକ ଭାବେ ଭଞ୍ଜନଗର ବିଇଓ ଏସ ଧନଞ୍ଜୟ ଓ ବେଳଗୁଣ୍ଠା ବିଇଓ ପ୍ରଶନ କୁମାର ବେହେରା ପ୍ରଥମ ଦିନରେ ବୁଗୁଡା ବ୍ଲକର ଗୋଲିଆ ପରୀକ୍ଷା କେନ୍ଦ୍ର ସହ ଅନ୍ୟ ବ୍ଲକର ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କରିଥିଲେ। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପରିଚାଳନା କରିଥିବା ବେଳେ ଯେଉଁ ସବୁ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଅଛି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ବରିଷ୍ଠ ଶିକ୍ଷକ ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟିତ୍ବ ବହନ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here