ବୁଗୁଡା ବ୍ଲକର ସରପଞ୍ଚ ଓ ସମିତି ପଦବୀ ପାଇଁ ଚୂଡାନ୍ତ ସଂରକ୍ଷଣ ପଦବୀ।

0
266

ବୁଗୁଡା, ୦୮/୦୧/୨୦୨୨: ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କମିଶନର ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚ ପଦବୀ ପାଇଁ ୨୦୨୨ ନିର୍ବାଚନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ବୁଗୁଡା ବ୍ଲକର ୨୧ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିମ୍ନ ପ୍ରକାରେ ସଂରକ୍ଷଣ ହୋଇଅଛି। ଅନ୍ତରପଡା, କରସିଙ୍ଗି, କଲମ୍ବ, ତାକାରଡା, ଭାଗବାନପୁର, ଭାମସିଆଳି, ଓ ଶଙ୍କରୁ ମୋଟ ୭ ଟି ପଞ୍ଚାୟତ ସରପଞ୍ଚ ପଦବୀ ଅନସଂରକ୍ଷଣ ରହିଥିବା ବେଳେ ଯେକୌଣସି ବର୍ଗର ଯୋଗ୍ୟ ପୁରୁଷ ଓ ମହିଳା ବ୍ୟକ୍ତି ପ୍ରାର୍ଥୀ ହୋଇପାରିବେ। ସେହିପରି ଅରଖପୁର, ଆଶ୍ରମ କରଡ଼ାବାଡ଼ି, ଗୋଳାବନ୍ଧ, ଗୌଡ଼ିଆ ବୋରଦା, ପାଙ୍ଗିଡ଼ି, ପୋଚାଲୁଣ୍ଡି, ବାଲିପଦର, ଓ ବି.କରଡ଼ାବାଡ଼ି ମୋଟ ୮ ଟି ପଞ୍ଚାୟତର ସରପଞ୍ଚ ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଯେକୌଣସି ବର୍ଗର ଯୋଗ୍ୟ ମହିଳା ପ୍ରାର୍ଥୀ ହୋଇପାରିବେ। ଗୋଲିଆ, ମାଣିତରା ଓ ମୋଟାବାଡ଼ି ୩ ଟି ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ହରିଜନ ଶ୍ରେଣୀର ଯୋଗ୍ୟ ପୁରୁଷ ଓ ମହିଳା ପ୍ରାର୍ଥୀ ହୋଇପାରିବେ। କରଚୁଲି, ଖୋଳଖାଳି, ଓ ବିରଞ୍ଚିପୁର ୩ ଟି ପଞ୍ଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ କେବଳ ଯୋଗ୍ୟ ହରିଜନ ଶ୍ରେଣୀର ମହିଳାମାନେ ହିଁ ପ୍ରାର୍ଥୀ ହୋଇପାରିବେ। ଅନୁସୂଚିତ ଜନଜାତିଙ୍କ ଙ୍କ ପାଇଁ ସରପଞ୍ଚ ପଦବୀ ପାଇଁ ସଂରକ୍ଷଣ ନଥିବା ବେଳେ ୧୧ ଟି ପଞ୍ଚାୟତରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି।
ସେହିପରି ସମିତି ସଭ୍ୟ ସଭ୍ୟା ପାଇଁ ଅଣସଂରକ୍ଷଣ ୮ ଟି ପଞ୍ଚାୟତ ହେଲା କରଚୁଲି, କରସିଙ୍ଗି, କଳମ୍ବ, ଗୋଳାବନ୍ଧ, ଗୋଲିଆ, ମାଣିତରା, ମୋଟାବାଡ଼ି ଓ ଶଙ୍କରୁ । ମହିଳାଙ୍କ ପାଇଁ ସଂରକ୍ଷିତ ୮ ଟି ପଞ୍ଚାୟତ ହେଲା ଅରଖପୁର, ଅନ୍ତରପଡା, ଖୋଳଖାଳି, ଗୌଡ଼ିଆବୋରଦା,ପାଙ୍ଗିଡ଼ି, ବାଲିପଦର, ବିରଞ୍ଚିପୁର ଓ ଭାମସିଆଳି । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୨ ଟି ପଞ୍ଚାୟତ ହେଲା ପୋଚାଲୁଣ୍ଡି ଓ ଭାଗବାନପୁର। ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ୨ ଟି ପଞ୍ଚାୟତ ହେଲା ଏ.କରଡ଼ାବାଡି ଓ ବି.କରଡ଼ାବାଡି । ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧ ଗୋଟି ତାକରଡା ପଞ୍ଚାୟତ ସଂରକ୍ଷଣ ରହିଅଛି। ସେହିପରି ବୁଗୁଡା ବ୍ଲକ ଅଧ୍ୟକ୍ଷ ପଦବୀ ଅନସଂରକ୍ଷଣ ରହିଅଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here