ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ସାତ ଦିନିଆ ଶୀତ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

0
253

ବ୍ରହ୍ମପୁର,୦୮/୦୧/୨୦୨୨:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ନାତକୋତ୍ତର ବିଭାଗ ପକ୍ଷରୁ ପିଜି କାଉନସିଲ ପରିସର ବୈଠକ ହଲ୍ ଠାରେ ସାତ ଦିନିଆ ଶୀତ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ଏଥିରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯୋଗଦାନ କରି ନିଶା ଠାରୁ ଦୂରେଇ ରହିବାକୁ ହେଲେ ସାଧାରଣ ଲୋକଙ୍କ ନିକଟବର୍ତ୍ତୀ ହେବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।ମୂଖ୍ୟ ଅତିଥି ଭାବେ ଗଞ୍ଜାମ ସର୍କଲ ଡ୍ରଗ କନଟ୍ରୋଲର ଦେବାଶିଷ କାଲୋ ଯୋଗଦାନ କରି ମୁକ୍ତ ଭାବେ ନିଶା ସେବନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଦଣ୍ଡ ବିଧାନ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏଭଳି ସଂସାର ମୂଳକ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଜାତୀୟ ସେବା ଯୋଜନା ର ପୂର୍ବତନ ସଂଯୋଜକ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଡ.ସଦାନନ୍ଦ ନାୟକ, ବର୍ତ୍ତମାନ ର ସଂଯୋଜକ ଡ.ଧ୍ରୁବ ଚରଣ ପଣ୍ଡା ସ୍ବେଚ୍ଛାସେବୀ ମାନଙ୍କୁ ଏନ ଏସ ଏସ ବାର୍ତ୍ତା ପ୍ରଦାନ କରିଥିଲେ।ଏନ ଏସ ଏସ ଅଧିକାରୀ ଡ.ସମୀର ଭୋଇ ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରିଣୀ ଡ.ଇତିଶ୍ରୀ ଗୀତାକୁମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ ଡ.ଶକ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ସଂନ୍ଧ୍ୟା ରେ ଭଞ୍ଜ ମଣ୍ଡପ ଠାରେ ଏନ ଏସ ଏସ ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here