ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଏନ ଏସ ଏସ ଶୀତକାଳୀନ ଶିବିରର ଚତୁର୍ଥ ଦିନରେ ନିଶା ମୁକ୍ତ ପାଇଁ ପଥପ୍ରାନ୍ତ ନାଟକ ପରିବେଷଣ

0
636

ବ୍ରହ୍ମପୁର, ୧୦/୦୧/୨୦୨୨: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଏନ ଏସ ଏସ ଶୀତକାଳୀନ ଶିବିରର ଆଜି ଚତୁର୍ଥ ଦିନରେ ସ୍ୱେଚ୍ଛାସେବୀ ମନେ ପୂର୍ବାହ୍ନ ରେ ଯୋଗ ଅଭ୍ୟାସ କରିଥିଲେ ।ଏହାପରେ ଜଳପାନ କରି ବିଶ୍ଵବିଦ୍ୟାଳୟ ର ପରିସରରେ ଥିବା ଅଳିଆ ଆବର୍ଜ୍ଜନା କୁ ସଫା କରିଥିଲେ। ଏହାପରେ କିପରି ଛାତ୍ର ଜୀବନରେ ନିଶା ଠାରୁ ଦୂରେଇ ରହିପରିବା, ଏହାଉପରେ ଏକ ଆଲୋଚନା ଚକ୍ର କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ସ୍ଵେଚ୍ଛାସେବୀ ମାନେ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଆନନ୍ଦ ବଜାରରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ନାଟକ ର ନାମ “ନିଶା ର ବର୍ଣ୍ଣବୋଧ ” ରହିଥିଲା ଏହି ନାଟକ ମାଧ୍ୟମରେ ନିଶା ଓ ଏହାର କୁ ପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନା କରଯାଇଥିଲା। ଏହି ନାଟକ ଟି ଯୋଜନା ଅଧିକାରୀ ଡ। ଇତିଶ୍ରୀ ଗୀତା କୁମାରୀ, ଡ ସମୀର ଭୋଇ ଓ ଶକ୍ତି ରଞ୍ଜନ ଦାଶ ଙ୍କ ତତ୍ତ୍ୱାବଧାନ ମଧ୍ୟରେ ପରିବେଷଣ କରାଯାଇଥିଲା। ଡ ସାରଦା ପ୍ରସାଦ ସାହୁ, ଡ ମହେଶ୍ୱର ସେଥି ମଧ୍ୟ ଏହି ନାଟକ ଟି ପରିବେଷଣ କରିବା ପାଇଁ ସ୍ବେଚ୍ଛସେବୀ ମାନଙ୍କୁ ପ୍ରେରଣା ଦେଇଥିଲେ। ନାଟକ ପରିବେଷଣ ସମୟରେ ଡ ଧ୍ରୁବ ଚରଣ ପଣ୍ଡା, ଏନ ଏସ ଏସ ସଂଯୋଜକ , ପ୍ରଫେସର୍ ପ୍ରସନ୍ନ ସ୍ବାଇଁ, ପୂର୍ବତନ ଏନ ଏସ ଏସ ସଂଯୋଜକ, ଡ ସତ୍ୟବ୍ରତ ପାତ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ, ଗ୍ରାମ ବସି, ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କର ସଚେତନା କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଶେଷରେ ଏନ ଏସ ଏସ କରତାଳିରେ ସଭା କୁ ଶେଷ କରାଯାଇଥିଲା

LEAVE A REPLY

Please enter your comment!
Please enter your name here