ଫୁଲସୁନ୍ଦର ସାହି ପୋଖରୀ ବିଷାକ୍ତ ନେଇ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଅଦାଲତ ରେ ମାମଲା ଦାଖଲ

0
183

ବ୍ରହ୍ମପୁର,୧୩/୦୧/୨୦୨୨: ମହାନଗର ନିଗମ ଅନର୍ଗତ ୪ ନଂ ୱାର୍ଡରେ ରହିଛି ଫୁଲ ସୁନ୍ଦର ସାହି ପୋଖରୀ l ଏହି ପୋଖରୀ ଉପରେ ଧାନମେରା ସାହି, ଫୁଲସୁନ୍ଦର ସାହି,ରଜା ସାହି, ବଡ଼ ବଜାର ସହ ଆଖପାଖ ଅଞ୍ଚଳର ବାସିନ୍ଦା ନିର୍ଭର କରି ଆସୁଛନ୍ତି l ସ୍ଥାନୀୟ ବାସିନ୍ଦା ଶୌଚସହ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହେଉଛି, ବର୍ତ୍ତମାନ ପୋଖରୀ ପାଣି ବିଷାକ୍ତ ହେବାରେ ଲାଗିଛି l ପୋଖରୀ ଆଖପାଖରେ ଅନେକ ବଜାର ରହିଛି l ବଜାରରୁ ବାହାରୁଥିବା ଅଳିଆ ଆବର୍ଜନା ଅନେକ ବେପାରୀ ଆଣି ପୋଖରୀ ହୁଡାରେ ପକାଉଛନ୍ତି l ବର୍ଷା ପବନ ହେଲେ ଆବର୍ଜନା ଯାଇ ପାଣିରେ ମିଶୁଛି l ପୋଖରୀ ଦୁଇ ପାଶ୍ୱରେ ଲୁହା ଗ୍ରିଲ ବେଢାଯାଇଛି ହେଲେ ଅନେକ ସ୍ଥାନରେ ଭାଙ୍ଗି ଗଲାଣି ଫଳରେ ପୋଖରୀ ଭିତରକୁ ଆବର୍ଜନା ଯାଉଛି l ପୁଲ ସୁନ୍ଦରୀ ସାହି ପଟେ ଥିବା ୨ଟି ତୁଠ ସମ୍ପୂର୍ଣ ଭାବେ ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି l ପୋଖରୀରେ ପଲିଥିନ, ପଚାଶଢା ଜିନିଷ ଭର୍ତ୍ତି ହୋଇଗଲାଣି l ବନ୍ଧ ହୁଡାରେ ଅନେକ ଦଶନ୍ଧି ହେଲା ଏକ ବସ୍ତି ରହିଥିଲା ତାର ଉଛେଦ ପରେ ମଧ୍ୟ ଆବର୍ଜନା ସଫା କରାଗଲା ନାହିଁ l ସେଥିରୁ ବିପୁଳ ପରିମାଣରେ ଆବର୍ଜନା ଯାଇ ପାଣିରେ ମିଶିଲା l ଫଳରେ ପାଣି ଆହୁରି ଖରାପ ହୋଇଯାଇଛି l ସ୍ଥାନୀୟ ଲୋକ ଶୁଦ୍ଧିକାର୍ଯ୍ୟ ପାଇଁ ପୋଖରୀ ବ୍ୟବହାର ହେଉଛି l ଯେଉଁମାନେ ପାଣିରେ ଗାଧୋଇବା ଫଳରେ ଚର୍ମ ରୋଗରେ ପୀଡିତ ହେଉଛନ୍ତି l

ସ୍ଥାନୀୟ ଜନସାଧାରଣ ବହୁବାର ମହାନଗର ନିଗମ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ଚୁପ ରହିଛି lଏଥିନେଇ ଆଇନଜୀବୀ ମନୋଜ ପଟ୍ଟନାୟକ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୩୩ ପ୍ରକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବ୍ରହ୍ମପୁର ମହାନଗର କମିଶନରଙ୍କୁ ପକ୍ଷ କରି ଏକ ମୋକଦ୍ଦମା ରୁଜୁ କରି ଯୁଦ୍ଧକାଳୀନ ଭିତ୍ତିରେ ଫୁଲସୁନ୍ଦର ସାହି ବନ୍ଧପାଣି ସଫା କରିବା ଏବଂ ବନ୍ଧ ଚାରିପଟେ ଇଟାକାନ୍ଥ ଦ୍ୱାରା ବନ୍ଧେଇବା ନେଇ ପ୍ରତିକାର ଚାହିଁଛନ୍ତି l

LEAVE A REPLY

Please enter your comment!
Please enter your name here