ଜାନୁଆରୀ ୩୧ରୁ ସଂସଦରେ ବଜେଟ ଅଧିବେଶନ, ଫେବୃଆରୀ ପହିଲାରେ ଆଗତ ହେବ ବଜେଟ

0
168

ନୂଆଦିଲ୍ଲୀ,୧୪/୦୧/୨୦୨୨: ଆସନ୍ତା ୩୧ ତାରିଖରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ । ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ପହିଲାରେ ବଜେଟ ଆଗତ ହେବ ।ଆସନ୍ତା ଏପ୍ରିଲ ୮ ତାରିଖ ଯାଏ ଅଧିବେଶନ ଚାଲିବ ।ପ୍ରଥମ ଦିନ ଅର୍ଥାତ ଜାନୁଆରି ୩୧ ତାରିଖରେ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି ।ସୂଚନା ଅନୁଯାୟୀ, ଚଳିତ ଥର ବଜେଟ ଅଧିବେଶନକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଅଧିବେଶନ ୩୧ ଜାନୁଆରୀରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହାପରେ ଦ୍ୱିତୀୟ ସେସନ୍‌ ୧୪ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।ଫେବୃଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ ।ଲଗାତର ୪ର୍ଥ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ। ଏଥିନିମନ୍ତେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଦେଶରେ ଏବେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।ଏବେ ସଂସଦର ଉଭୟ ଗୃହର ପ୍ରାୟ ୪ଶହ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟସଭା ସଚିବାଳୟର ୬୫ କର୍ମଚାରୀ, ଲୋକସଭା ସଚିବାଳୟର ୨ଶହ କର୍ମଚାରୀଙ୍କ ସମେତ ସଂସଦର ଅନ୍ୟ ୧୩୩ କର୍ମଚାରୀ ୪ ଜାନୁଆରୀରୁ ୮ ଜାନୁଆରୀ ମଧ୍ୟରେ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here