ସମାସୀଙ୍ଗିରୁ ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନ ବିଭାଗ

0
418

ବ୍ରହ୍ମପୁର, ୧୫/୦୧/୨୦୨୧ : ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଭ୍ରମରପୁର ପଞ୍ଚାୟତର ସମାସିଙ୍ଗି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଦ୍ଵାରା ବ୍ୟବସାୟ ଉଦ୍ଧେଶ୍ୟରେ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର ଶାଗୁଆନ କାଠ ଆଜି ଦିଗପହଣ୍ଡି ବାନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ଚଢାଉ ବେଳେ ଜବତ ହୋଇଥିବା ଜଣା ଯାଇଅଛି । ବନ ବିଭାଗ ଦ୍ବାରା ପୂର୍ବ ପ୍ରସ୍ତୁତ ଏକ ଚଢାଉ କାର୍ଯ୍ୟକ୍ରମରେ ଦିଗପହଣ୍ଡି ରେଞ୍ଜର କାଁହୁ ଚରଣ ପଟ୍ଟନାୟକ , ମାଜିଷ୍ଟ୍ରେଟ ଦାୟିତ୍ବରେ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର , ବିଏଲଏନପୁର ଫରେଷ୍ଟର ସନ୍ତୋଷ ମଲିକଙ୍କ ତତ୍ଵାବଧାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ କରି ନିଜ ଆୟତକୁ ନେଇଥିବା ଦେଖିବାକୁ ମିଳିଛି । ଏଠାରେ ଅନୁଧ୍ୟାନ ଯୋଗ୍ୟ ଘଟଣା ପ୍ରକାରେ ବିଏଲଏନପୁର ସଂରକ୍ଷିତ ଜଙ୍ଗଲରେ ବିଭାଗଦ୍ୱାରା ରୋପଣ କରାଯାଇଥିବା ମୂଲ୍ୟବାନ ଗଛକୁ ସ୍ଥାନୀୟ ଭ୍ରମରପୁର , ଟିକରପଡା , ଗୌଡ଼ଗାଁ , ଦାଉଣି , ବନମାଳୀ , ବିଜୟ ଲକ୍ଷ୍ମୀ ନାରାୟଣ ପୁର ଆଦି ଅଞ୍ଚଳର ବହୁ ଚୋରା କାଠ ମାଫିଆ ରାଜନୈତିକ ପୃଷ୍ଠଭୂମିକୁ ଆୟୁଧ କରି ଅବାଧ ଚୋରା କାଠ ବ୍ୟାପାରରେ ଲିପ୍ତ ରହି ଚୋରା ଚାଲାଣ କରୁଥିବା ସୂଚନା ରହିଅଛି । ଏହି କାରଣରୁ ଅଞ୍ଚଳକୁ ଚୋରା କାଠ ବେପାରୀଙ୍କ ଭୂସ୍ବର୍ଗ କୁହାଯାଉଥିବା ବେଳେ ବିଭାଗର ନିରବତାକୁ ନେଇ ସାଧାରଣରେ ସଂଶୟ ଦେଖାଦେଇଛି । ଦୀର୍ଘଦିନ ପରେ ବନ ବିଭାଗ ନିର୍ଭର ସୂଚନା ପାଇ ସମାସୀଙ୍ଗି ଗ୍ରାମରେ ଚଢାଉ କରି ନିଜ ବ୍ୟକ୍ତିଗତ ଜାଗାରେ ଲଗାଇଥିବା ଶାଗୁଆନ ଗଛ ପବନରେ ନଇଁଯିବା କାରଣରୁ କାଟି ରଖିଥିବା କାଠକୁ ବିଭାଗ ଜବତ କରିଥିବା ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ବିଭାଗ କର୍ମଚାରୀଙ୍କ ଜାଣତରେ ଚୋରା କାଠ ମାଫିଆଙ୍କ ହାକିମାତିକୁ ରୋକ୍ ଲଗାଇବାରେ ବନ ବିଭାଗ ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନର ତତ୍ପରତାକୁ ନେଇ ଆଶାବାଦୀ ଥିବା ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here