ଚାଷିଗଣଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରେ କୌଣସି ତ୍ରୁଟି ନହେଉ,ଠିକଣା ସମୟରେ ଧାନ କିଣା ହୋଇ ସେମାନଙ୍କ ଜମା ଖାତାକୁ ଟଙ୍କା ପଇଠ ହେଉ : ଜିଲ୍ଲାପାଳ

0
414

ଛତ୍ରପୁର,୧୬/୦୧/୨୦୨୨: ଗଞ୍ଜାମ ଜିଲ୍ଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ ପରିଚାଳନା ଦିଗରେ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତା କୁଲାଙ୍ଗେ ଜୁମ ଭିସି ମାଧ୍ୟମରେ ସମସ୍ତ ବ୍ଲକର ସମୀକ୍ଷା କରିଥିଲେ। ଯେଉଁ ବ୍ଳକ ଗୁଡିକର ଧାନ ସଂଗ୍ରହ ପ୍ରକ୍ରିୟା ଧିମେଇ ଯାଇଛି ସେଗୁଡିକ ପ୍ରତିଦେଖା ଯାଉଥିବା ଅସୁବିଧା ଗୁଡିକ ଉପ-ଜିଲ୍ଲାପାଳ ଏବଂ ତହସିଲଦାର ସ୍ତରରେ ମିଳିତ ବୈଠକକରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷିଗଣଙ୍କର ଯେପରି କୌଣସି ଅସୁବିଧା ହେବନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱ ଦିଆଯାଇଛି।
ଜିଲ୍ଲାର ୨୨ ଗୋଟି ବ୍ଲକର ୪୬୯ ଧାନ ସଂଗ୍ରହ କେନ୍ଦ୍ର (ପିପିସି) ଦ୍ୱାରା ଧାନକ୍ରୟ ନିମନ୍ତେ ସ୍ଥିର ହୋଇଛି। ତନ୍ମଧ୍ୟରୁ ଗତକାଲି ୧୫,ଜାନୁଆରୀ ସୁଦ୍ଧା ୩୯୧ ପି ପି ସି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଛନ୍ତି। ବଳକା ୭୮ ପି ପି ସି ଖୁବଶୀଘ୍ର ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବେ। ଜିଲ୍ଲାର ସମୁଦାୟ ୧୨୨୮୨୦ ପଞ୍ଜୀକୃତ କୃଷକଙ୍କ ଧାନ ସଂଗ୍ରହ ହେବ। ଜିଲ୍ଲାର ୩୬୭ ପେକ୍ସ,୧୦୧ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଦ୍ୱାରା ଧାନ ସଂଗ୍ରହ ହେବାର ବ୍ୟବସ୍ଥା ହୋଇଛି। ୧୫ ଜାନୁଆରୀ ସୁଦ୍ଧା ୪ ଲକ୍ଷ୍ୟ ୬ ହଜାର ୯୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷI ମୁଣ୍ଡା ଜିଲ୍ଲାର କେଉଁ ବ୍ଲକରେ କେତେ ଧାନ ସଂଗ୍ରହ ହୋଇଛି ସେହି ତଥ୍ୟ ଉପସ୍ଥାପନ କରି ଧାନ ସଂଗ୍ରହ ପ୍ରକ୍ରିୟାରେ କଣ ସବୁ ଅସୁବିଧା ରହୁଛି ତାହା ଜଣାଇ ଥିଲେ । ସମସ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦେଶ ଦେଇ ଟୋକେନ୍ ବାହାରିବା ପରେ ଧାନ ସଂଗ୍ରହ ଦିଗରେ ବିଳମ୍ବ ନ କରିବାକୁ କହିଥିଲେ । ଧାନ ସମଗ୍ର ପରେ ଚାଷି ମାନଙ୍କ ଜମା ଖାତାକୁ ୪୮ଘଣ୍ଟା ମଧ୍ୟରେ କିପରି ଟଙ୍କା ଜମା ହେବ ସେ ଦିଗରେ ପଦକ୍ଷେପ ନେବାକୁ ଜଣାଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଡ଼ି.ଆର.ସି.ଏସ ,ଏ.ଆର.ସି.ଏସ ,ଯୋଗାଣ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here