ରକ୍ତଦାନରେ ଯୁବପୀଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଅରୂପ ପଟ୍ଟନାୟକ ।

0
418

ବ୍ରହ୍ମପୁର, ୧୬ /୦୧/୨୦୨୨: ଗଞ୍ଜାମ ଜିଲ୍ଲା ଗୋପାଳପୁର ନୂତନ ବସଷ୍ଟାଣ୍ଡ ନିକଟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ପ୍ରଚେଷ୍ଟା ଜାରି ରଖିଛି , ଯାହାର ଫଳ ସ୍ୱରୂପ ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଗଚ୍ଛିତ ରହିଛି । ରାଜ୍ୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ମାନଙ୍କରେ ଯୁବପୀଢୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଛନ୍ତି ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ । ଗୋପାଳପୁରରେ ଆୟୋଜିତ ହୋଇଥିବା ଆଜିର ଏହି ରକ୍ତଦାନ ଶିବିରରରେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ , ମହିଳା ସଭାନେତ୍ରୀ ସଂଘମିତ୍ରା ଦଲେଇ , ବ୍ଲକ ସଭାପତି ଅଜିତ ଦାଶ , ବିଜେଡି ନେତା ଜଗନ୍ନାଥ ସାବତ ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଲାଇ , ଦଣ୍ଡପାଣୀ ସାହୁ , ରାମହରି ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ସମାଜସେବୀ ଶିବ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେଡି ନେତା ଶଶି ଭୂଷଣ ମହାନ୍ତି ମଞ୍ଚ ପରିଚାଳନା କରିବା ସହ ସଂଯୋଜନା କରିଥିବା ବେଳେ, ଲଲାଟ ଗୌଡ, ସୁବାସ ସାହୁ , ବି ରାଜେଶ , ବି କଲ୍ୟାଣ , ଚନ୍ଦନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠିତ ଏହି ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଓ କର୍ମଚାରୀ ସହାୟତା କରି ୧୨୦ ୟୁନିଟ ରକ୍ତ ସଗୃହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here