ଯାଞ୍ଚରେ ୧୦ ଜଣ ବିଦାୟ, ରହିଲେ ୯୨ ସମିତି ମେମ୍ବର, ୧୦୨ ସରପଞ୍ଚ ଓ ୫୦୦ ୱାର୍ଡ ମେମ୍ବର ।

0
572

ବୁଗୁଡା,୨୨/୦୧/୨୦୨୨: ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଜାନୁଆରୀ ୨୨ ତାରିଖ ଦିନ ଶେଷ ହୋଇଯାଇଛି। ବୁଗୁଡା ବ୍ଲକରେ ୨ ଜଣ ସମିତି ମେମ୍ବର ଓ ୮ ଜଣ ୱାର୍ଡ ମେମ୍ବରଙ୍କ ପ୍ରାର୍ଥୀପତ୍ର ଯାଞ୍ଚରେ ବାଦ ପଡିଥିବା ବେଳେ ୯୨ ଜଣ ସମିତି ମେମ୍ବର, ୧୦୨ ଜଣ ସରପଞ୍ଚ ଓ ୫୦୦ ଜଣ ୱାର୍ଡ ସଭ୍ୟ ଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବୁଗୁଡା ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ମହୋଦୟ ପ୍ରକାଶ କରିଛନ୍ତି । ମାଣିତରା ପଞ୍ଚାୟତରେ ସର୍ବାଧିକ ୭ ଜଣ ଏବଂ ଭାଗବାନପୁର ଓ ତାକରଡା ପଞ୍ଚାୟତରେ ସର୍ବନିମ୍ନ ୨ ଜଣ ଲେଖାଏଁ ସମିତି ମେମ୍ଵର ପ୍ରାର୍ଥୀପତ୍ର ରହିଥିବା ଜଣାପଡିଛି। ସେହିପରି ସରପଞ୍ଚ ପଦବୀ ପାଇଁ ଅନ୍ତରପଡା ପଞ୍ଚାୟତରେ ସର୍ବାଧିକ ୯ ଜଣ ଓ ପାଙ୍ଗିଡ଼ି ପଞ୍ଚାୟତରେ ସର୍ବନିମ୍ନ ୨ ଜଣ ରହିଥିବା ଜଣାପଡିଛି। ସମିତି ମେମ୍ବର ପାଇଁ ୯୯ ଟି ପ୍ରାର୍ଥୀପତ୍ର ମଧ୍ୟରୁ ୫ ଟି ଦୁଇକିତା ନାମାଙ୍କନ ପତ୍ର ଓ ୨ ଟି ଯାଞ୍ଚରେ ବାଦ ପଡିବା ପରେ ୯୨ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେହିପରି ସରପଞ୍ଚ ପଦବୀ ପାଇଁ ୧୦୬ ଟି ପ୍ରାର୍ଥୀପତ୍ର ମଧ୍ୟରୁ ୪ ଜଣ ଦୁଇକିତା ନାମାଙ୍କନ ପତ୍ର ଦାଖଲ କଟିବା ପରେ ୧୦୨ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବୁଗୁଡା ବ୍ଲକର ୨୧ ଗୋଟି ପଞ୍ଚାୟତରେ ୨୮୭ ଟି ୱାର୍ଡ ମେମ୍ବର ପଦବୀ ପାଇଁ ୫୦୯ ଟି ପ୍ରାର୍ଥୀପତ୍ର ମଧ୍ୟରୁ ଗୋଟିଏ ଦୁଇକିତା ନାମାଙ୍କନ ଓ ୮ ଟି ଯାଞ୍ଚରେ କାଟିବା ପରେ ୫୦୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here