ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ, ବୁରୁଝରୀ ସମେତ ସୁମଣ୍ଡଳ ଠାରେ ରାସ୍ତା ଅବରୋଧ, ବୁରୁଝରୀ ଠାରେ ରାସ୍ତା ରେ ରାତି କାଟିଲେ ଚାଷୀ

0
260

ବ୍ରହ୍ମପୁର,୨୫/୦୧/୨୦୨୨ (ଟୁକୁନା ପ୍ରଧାନ)-: ସମାନ ଢଙ୍ଗରେ ସୁମଣ୍ଡଳ ଠାରେ ଧାନ ବସ୍ତା ରଖି ଆନ୍ଦୋଳନ କଲେ ଚାଷୀ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ବୁରୁଝରୀ ଠାରେ ଗତକାଲି ଠାରୁ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ l ଏଥିସହିତ ଆଜି ମଧ୍ଯ ସୁମଣ୍ଡଳ ଠାରେ ଚାଷୀ ମାନେ ରାସ୍ତା ଅବରୋଧ କରିଛନ୍ତି ।ଅନ୍ୟପଟେ ଶୀତ ରାତି ରେ ରାଜ ରାସ୍ତା ରେ ବୁରୁଝରୀ ଠାରେ ରାତି କାଟିଲେ ଚାଷୀ। ଚାଷୀ ଙ୍କ ଠାରୁ ସରକାର ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠାଉନଥିବା ରୁ ଚାଷୀ ଆଜି ଏହି ଭଳି ପ୍ରତିବାଦ କରିଛନ୍ତି l ଏହି ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଶତାଧିକ ଚାଷୀ ନିଜ ଉତ୍ପାଦିତ ଧାନକୁ ରାଜରାସ୍ତାରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ବ୍ରହ୍ମପୁର – ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଆଜି ସକାଳ ଠାରୁ ସୁମଣ୍ଡଳ ଚାଷୀ ରାଜରାସ୍ତାରେ ବସିଥିବା ବେଳେ କୌଣସି ପ୍ରଶାସନ ଅଧିକାରୀ ମାନେ ପହଞ୍ଚି ନଥିବା ସୂଚନା ମିଳିଛି l ଅନ୍ୟପଟେ ବୁରୁଝରୀ ଠାରେ ଚାଷୀ ମାନେ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ବସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here