ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ପୁଲିସ ସାହସିକତା ପଦକ/ସେବା ପଦକ ଘୋଷଣା

0
599

ଭୂବନେଶ୍ୱର,୨୫/୦୧/୨୦୨୨:
ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ। ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ। ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ। ସେହିପରି ୬୬୨

ଜଣ ପୁଲିସ କର୍ମୀ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ ହେବେ । ସାହସିକତା ପୁରସ୍କାର ପାଇବାକୁ ଥିବା ୧୮୯ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ ଓ କଶ୍ମୀର କ୍ଷେତ୍ରରେ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ସେହିପରି ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ ସାହସିକ କାର୍ଯ୍ୟ ପାଇଁ ୪୭ ଜଣ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କାର୍ଯ୍ୟରତ ଜଣେ ପୁଲିସ କର୍ମୀଙ୍କୁ ସମ୍ମାନିତ କରାଯିବ। ସାହସିକତା ପୁରସ୍କାର ସମ୍ମାନିତ ହେବାକୁ ଥିବା ପୁଲିସ କର୍ମୀଙ୍କ ମଧ୍ୟରୁ ୧୧୫ ଜଣ ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ ହୋଇଥିବା ବେଳେ ୩୦ ଜଣ ସିଆରପିଏଫ, ୩ଜଣ ଆଇଟିବିପି, ୨ ଜଣ ବିଏସଏଫ, ୩ ଜଣ ଏସଏସବି, ୧୦ ଜଣ ଛତିଶଗଡ଼ ପୁଲିସ, ୯ ଜଣ ଓଡ଼ିଶା ପୁଲିସ ଏବଂ ୭ ଜଣ ମହାରାଷ୍ଟ୍ର ପୁଲିସର କର୍ମଚାରୀ ରହିଛନ୍ତି।

ଓଡ଼ିଶାରୁ ୯ ଜଣଙ୍କୁ ସାହସିକତା ପୁଲିସ ପଦକ, ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସେମାନଙ୍କର ତାଲିକା ନିମ୍ନରେ ଦିଆଯାଇଛି:

ସାହସିକତା ପାଇଁ ପୁଲିସ ପଦକ

ଓଏପିଏଫ ଯବାନ ସ୍ବର୍ଗତ ଜୟରାମ କାବାସି (ମରଣୋତ୍ତର) ପୁଲିସ ଅଧ୍ୟକ୍ଷକ ଶ୍ରୀ ହୃଷିକେଶ ଦ୍ୟାନଦେଓ ଖଲାରୀ, ଆଇପିଏସ ଓଏପିଏଫ ଯବାନ ଶ୍ରୀ ରାମୁ ଦୁରୁଆ କନେଷ୍ଟବଳ ଶ୍ରୀ ବନ୍ଧୁ ହନ୍ତାଳ

ହାବିଲଦାର ଶ୍ରୀ ପ୍ରବୀଣ ଥାପା ହାବିଲଦାର ଶ୍ରୀ ରାଜେଶ ବିଶ୍ଵକର୍ମା

କନେଷ୍ଟବଳ ଶ୍ରୀ ଜୀବନ ଶାହୀ କନେଷ୍ଟବଳ ଶ୍ରୀ ଔଷଧନାଥ ବେହେରା

ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ବରର ଅତିରିକ୍ତ ଉପ ଆରକ୍ଷୀ ଆୟୁକ୍ତ (ଏଡିସିପି) ଶ୍ରୀ ପ୍ରାଣକୃଷ୍ଣ ରାଉତ କଟକର କନେଷ୍ଟବଳ ଶ୍ରୀ ପ୍ରଦୀପ କୁମାର ମହାନ୍ତି

ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ଶ୍ରୀ ସଞ୍ଜୟ କୁମାର କୌଶଳ, ପୁଲିସ ଆଇଜି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ ଶ୍ରୀ କମଳ ଲୋଚନ ଭୂୟାଁ, ଉପ ଆରକ୍ଷୀ ଅଧ୍ୟକ୍ଷକ (ଡିଏସପି), ଡିଆଇବି, ଭଦ୍ରକ ଶ୍ରୀମତୀ ସୁଜାତା ଖଣ୍ଡୁଆଳ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ ଶ୍ରୀ ରଘୁନାଥ ପ୍ରସାଦ ନାୟକ, ଉପ ଆରକ୍ଷୀ ଅଧ୍ୟକ୍ଷକ (ଡିଏସପି), ସ୍ଵତନ୍ତ୍ର ଶାଖା, କଟକ ଶ୍ରୀ ଅରୁଣ କୁମାର ସ୍ୱାଇଁ, ସହାୟକ ଆରକ୍ଷୀ ଆୟୁକ୍ତ (ଏସିପି), ୟୁପିଡି, ଭୁବନେଶ୍ବର ଶ୍ରୀ ଶେଖ୍ ଆତାଉଲ୍ଲା, ଡ୍ରାଇଭର ହାବିଲଦାର, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ ଶ୍ରୀ ପୱଲ ଦୟାଲ ବା, ଉପ କମାଣ୍ଡାଣ୍ଟ, ଏସଓଜି, ଭୁବନେଶ୍ଵର ଶ୍ରୀ ଅଜୟ କୁମାର ମିଶ୍ର, ଉପ ଆରକ୍ଷୀ ଅଧ୍ୟକ୍ଷକ (ଡିଏସପି) ଛତ୍ରପୁର, ଗଞ୍ଜାମ ଶ୍ରୀ ମାଇଲି ମୋହନ, କନଷ୍ଟେବଳ, ବ୍ରହ୍ମପୁର।

LEAVE A REPLY

Please enter your comment!
Please enter your name here