ତ୍ରିପତି ବାଲାଜୀ ପାତ୍ର ଙ୍କ ନୈବେଦ୍ୟ” ପୁସ୍ତକ ଲୋକାର୍ପଣ

0
682

ବ୍ରହ୍ମପୁର,୨୫/୦୧/୨୦୨୨:ସହର ଉପକଣ୍ଠ ଲୋଚାପଡା ଠାରେ ଥିବା ଧାର୍ମିକ ପୀଠ ସିଦ୍ଧ ବା ବା ଭାଗବତ ଭବନ ପ୍ରାଙ୍ଗଣ ରେ ଗତ ରବିବାର ଦିନ ଦେବାଦେବୀ ଙ୍କ ଉପରେ ଆଧାରୀତ ଭଜନ ମାଳା “ନୈବେଦ୍ୟ” ପୁସ୍ତକଟି ଲୋକାର୍ପଣ ହୋଇଯାଇଛି।ରଚୟିତା, ହିଞ୍ଜିଳି କଟୁ ନିକଟବର୍ତ୍ତୀ ଶାସନ ଆମ୍ବଗାଁ ନିବାସୀ ଅଣରାସି ତ୍ରିପତି ବାଲାଜୀ ପାତ୍ର ଙ୍କ ଆବାହନ କ୍ରମେ,ଭବନ ପିଠାଧୂଶ ଭାଗବତ ସମ୍ରାଟ ବାବାଜୀ କିଶୋରୀ ଚରଣ ଦାସ ମହାରାଜ, ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ର ସୁନାମ ଧନ୍ୟ ମଞ୍ଚ ଉପସ୍ଥାପକ ତଥା ସଂସ୍କୃତି ପ୍ରେମୀ ହୃଷୀକେଶ ପାଣିଗ୍ରାହୀ ଯୋଗଦେଇ ଇଶ୍ବର ଙ୍କ ଉପରେ ବିଶ୍ବାସ ରଖୁବା ଦ୍ବାରା ଜୀବନର ସାଧନା ଦିନେ ନା ଦିନେ ସଫଳ ହେବ ଓ ଶ୍ରୀମାନ ପାତ୍ରଙ୍କ ଏହି ଭଜନ ପୁସ୍ତକ ଦୀର୍ଘ ବାଇଶି ବର୍ଷ ପରେ ପ୍ରକାଶ ପାଇବା ତାହାର ଉଦାହରଣ ବୋଲି ବ୍ୟକ୍ତି କରିଥିଲେ । ବା ବା ଜୀ କିଶୋରୀ ଚରଣ ଦାସ ଆଶିର୍ବଚନ ମାଧ୍ୟମରେ ଜୀବନ ଦର୍ଶନ, ଗୀତ ଗୁଡ଼ିକର ରଚନା ଭାବପୂର୍ଣ୍ଣ ଓ ଭକ୍ତ ହୃଦୟକୁ ଛୁଇଁ ପାରିବ ବୋଲି କହିଥିଲେ।ଶ୍ରୀ ଦାସ ମହାରାଜ ଙ୍କ ଦ୍ବାରା ଉକ୍ତ ପୁସ୍ତକଟି ଉନ୍ମୋଚନ ହୋଇଥିବା ବେଳେ, ଭାଗବତ ଭବନ ମୂଖ୍ୟ ପରିଚାଳକ ବ୍ରହ୍ମଚାରୀ ରାଧାକାନ୍ତ ଦାସ ଓ ଦେବୀ ପ୍ରସାଦ ଦାସ, ଶ୍ୟାମ ସୁନ୍ଦର ଦାସ ଙ୍କ ସମେତ ସାଧୁସନ୍ଥ,ଭଗବତ ପ୍ରେମୀ ଉପସ୍ଥିତ ଥିଲେ।ଶ୍ରୀ ପାତ୍ର ଙ୍କ ଧର୍ମପତ୍ନୀ ଶ୍ରୀମତୀ ଅଣରାସି କମଳା ପାତ୍ର ଙ୍କ ଦ୍ବାରା ପ୍ରକାଶିତ ନୈବେଦ୍ୟ ଟି ଜନମାନସ ରେ ନିଶ୍ଚୟ ସ୍ଥାନ ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମାଜସେବୀ ବି.ଲକ୍ଷ୍ମୀ ନାରାୟଣ ପାତ୍ର, ତ୍ରିଲୋକସ୍ବାମୀ ପାତ୍ର, ତ୍ରୟମ୍ବକ ପାତ୍ର ଏବଂ ପୀଠର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here