ରାସ୍ତା ଉପରେ ଜାତୀୟ ପତାକା ଉତ୍ତୋଳନ କଲେ ଚାଷୀ, ବୁରୁଝରୀ ସମେତ ସୁମଣ୍ଡଳ ଏବଂ ସାଙ୍କୁଡା ଠାରେ ରାସ୍ତା ଅବରୋଧ, ବୁରୁଝରୀ ଠାରେ ୪୮ ଘଣ୍ଟା ରୁ ଉର୍ଦ୍ଧ୍ଵ ସମୟ ଧରି ରାଜ ରାସ୍ତାରେ ବସିଛନ୍ତି ଚାଷୀ

0
151

ବ୍ରହ୍ମପୁର,୨୬/୦୧/୨୦୨୨: ସମାନ ଢଙ୍ଗରେ, ବୁରୁଝରୀ, ସୁମଣ୍ଡଳ ଏବଂ ସାଙ୍କୁଡା ଠାରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀମାନେ । ଆଜି ପବିତ୍ର ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀ ମାନେ ହଳ ଶଗଡ଼ ରଖି ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବୁରୁଝରୀ ଠାରେ ଧାନ ବସ୍ତା ରଖି ଦୀର୍ଘ ୪୮ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ l ଏଥିସହିତ ସୁମଣ୍ଡଳ ଏବଂ ସାଙ୍କୁଡା ଠାରେ ଚାଷୀ ମାନେ ମଧ୍ଯ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପଟେ ଶୀତ ରାତି ରେ ରାଜ ରାସ୍ତା ରେ ବୁରୁଝରୀ, ସୁମଣ୍ଡଳ, ସାଙ୍କୁଡା ଠାରେ ରାତି କାଟିଲେ ଚାଷୀ। ଚାଷୀ ଙ୍କ ଠାରୁ ସରକାର ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠାଉନଥିବା ରୁ ଚାଷୀ ଏହି ଭଳି ପ୍ରତିବାଦ କରୁଛନ୍ତି l ଏହି ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶତାଧିକ ଚାଷୀ ନିଜ ଉତ୍ପାଦିତ ଧାନକୁ ରାଜରାସ୍ତାରେ ରଖି ପ୍ରତିବାଦ କରୁଛନ୍ତି l ଫଳରେ ବ୍ରହ୍ମପୁର – ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ବୁରୁଝରୀ ଠାରେ ଚାଷୀ ମାନେ ୪୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ବସି ରହିଛନ୍ତି । କୌଣସି ରାଜନୈତିକ ଦଳ ର କର୍ମକର୍ତ୍ତା ମାନେ ମଧ୍ଯ ଆସି ନାହାଁନ୍ତି ।ଅନ୍ୟପଟେ ଯାତ୍ରୀମାନେ ଜାତାୟତ ରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିସହିତ ସମାଧାନ ର ବାଟ ନ ବାହାରିଲେ ଆଗାମୀ ନିର୍ବାଚନ ରେ ଚାଷୀ ମାନେ ଭୋଟ୍ ବର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here