ପାତ୍ରପୁର ବ୍ଳକ ଗୁଡ଼ିପଦର ଓ ଖରଣୀପଡା ପଞ୍ଚାୟତରେ ସରପଞ୍ଚ ଅପ୍ରତିଦ୍ଵନ୍ଦୀ।

0
444

ପାତ୍ରପୁର,୨୬/୦୧/୨୦୨୨: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଗୁଡିପଦର ଓ ଖରଣୀପଡା ପଞ୍ଚାୟତରେ ସରପଞ୍ଚ ଅପ୍ରତିଦ୍ଵନ୍ଦୀ ହୋଇଥିବା ଜଣାପଡିଛି । ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଗୁଡିପଦର ପଞ୍ଚାୟତରେ ଶ୍ରୀମତୀ ଶ୍ରୀଦେବୀ ଏକମାତ୍ର ପ୍ରାର୍ଥୀ ରହିବା ଯୋଗୁଁ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଅଛି । ସେହିପରି ଖରଣୀପଡା ପଞ୍ଚାୟତରେ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା ଏକମାତ୍ର ପ୍ରାର୍ଥୀ ରହିବା ପରେ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଅଛି । ଖରଣୀପଡା ପଞ୍ଚାୟତରେ ଚାରି ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଞ୍ଚ୍ ବେଳେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଥିବା ବେଳେ ଆଜି ଅନ୍ୟ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଫଳରେ ଜିତେନ୍ଦ୍ର ଏକ ମାତ୍ର ପ୍ରାର୍ଥୀ ରହିଥିବାରୁ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଅଛି । ସେହିପରି ଗୁଡିପଦର ପଞ୍ଚାୟତରେ ଏକ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରି ନଥିବା ଯୋଗୁଁ ଶ୍ରୀଦେବୀ ସରପଞ୍ଚ ହେବା ନିଶ୍ଚିତ ହୋଇଅଛି । ପାତ୍ରପୁର ବ୍ଳକର ୨୩ ଗୋଟି ପଞ୍ଚାୟତରୁ ଦୁଇଟି ସରପଞ୍ଚ ନିଶ୍ଚିତ ହୋଇଥିବା ବେଳେ ବଳକା ୨୧ ସରପଞ୍ଚ ଓ ୨୩ ସମିତି ସଭ୍ୟ ପାଇଁ ଲଢେଇ ଜାରି ରହିଛି । ତେବେ ସରକାରୀ ଭାବେ ଘୋଷଣା ହେବାକୁ ବାକି ରହିଅଛି ।
ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here