ବେଗୁନିଆପଡ଼ା ର ବିଭିନ୍ନ ସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
271

ବ୍ରହ୍ମପୁର,୨୬/୦୧/୨୦୨୨ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବେଗୁନିଆପଡା ବ୍ଲକ, ଫାଣ୍ଡି, କୋଦଳା ଥାନା,କୋଦଳା ତହସିଲ୍ କାର୍ଯ୍ୟାଳୟ, କୋର୍ଟ, ହଂସତୁଳି ଗ୍ରାମ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବୁରୁଝରୀ ମୁଖ୍ୟରାସ୍ତା ଉପରେ ଚାଷୀ ମାନେ ପତାକା ଉତ୍ତୋଳନ କରିଛନ୍ତି। ଏଥିସହିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସୁମଣ୍ଡଳ ଠାରେ ପ୍ରଦୀପ କୁମାର ବିଶ୍ବାଳ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅତିଥି ଭାବେ ମନୋଜ କୁମାର ସାହୁ ଯୋଗଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here