୩୮ ନଂ ଜୋନର ଦୁଇ ପଞ୍ଚାୟତରେ ବିଧାୟକଙ୍କ ପ୍ରଚାର

0
255

ପୋଲସରା, ୦୫/୦୨/୨୦୨୨: ପୋଲସରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୬ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମଝିରେ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ନିର୍ବାଚନ ପ୍ରଚାର ଜମିଥିବା ଦେଖାଦେଇଛି। ଫେବୃଆରୀ ୫ ତାରିଖ ଦିନ ଜିଲ୍ଲା ପରିଷଦ ଜୋନ ନମ୍ବର ୩୮ ରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ କେନ୍ଦୁବାଡି ଓ ମନ୍ଦାର ପଞ୍ଚାୟତରେ ପ୍ରଚାର କରିଥିଲେ। ୩୮ ନମ୍ବର ଜୋନରେ ବ୍ଲକ ବିଜେଡି ସମ୍ପାଦକ ତଥା ଜଣାଶୁଣା ଟାଣୁଆ ବିଜେଡି ନେତା ଅଶୋକ କୁମାର ବିଷୋୟୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଧାୟକ ଶ୍ରୀ ସାହୁ ଭୋଟର ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଅଶୋକ ବାବୁଙ୍କୁ ବିପୁଳ ବ୍ୟବଧାନରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ସେହିପରି ବିଜେଡି ସମର୍ଥୀତ କେନ୍ଦୁବାଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ରମା ସ୍ବାଇଁ ଓ ସମିତି ସଭ୍ୟ ପ୍ରାର୍ଥୀ ନରେନ୍ଦ୍ର ସ୍ବାଇଁ ଏବଂ ମନ୍ଦାର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସୁନିତା ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ସୁଚିତ୍ରା ବିଷୋୟୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରିବାକୁ ବିଧାୟକ ଶ୍ରୀ ସାହୁ ଭୋଟରଙ୍କୁ ନିବେଦନ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here