ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକସଭା ଅନୁଷ୍ଠିତ

0
395

ବ୍ରହ୍ମପୁର,୦୫/୦୨/୨୦୨୨:
କଳାହାଣ୍ଡି ଜିଲ୍ଲାରେ ନକ୍ସଲ ମାନେ ଆଗାମୀ ପଞ୍ଚାୟତ ଭୋଟ କୁ ନଜର ରଖି ଭୋଟ ବର୍ଜନ କରିବାକୁ ପୋଷ୍ଟର ଲଗାଇ ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତି ଜାହିର କରିଛନ୍ତି। ଏହା ସହ ଲ୍ୟାଣ୍ଡମାଇନ ବିଛାଇ ବିସ୍ଫୋରଣ ଘଟାଇଛନ୍ତି।ଯାହାର ଶିକାର ହୋଇଛନ୍ତି ନିରୀହ ସାମ୍ବାଦିକ। ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଳାହାଣ୍ଡି ଏମ୍. ରାମପୁରର ଯୁବ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟିଛି ।ସେ ସେଠାରେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲାଲବାହିନୀ ମାଟିତଳେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉପରେ ତାଙ୍କ ବାଇକ୍ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ବାଇକ ଭାଙ୍ଗି ଚୁରମାର ହୋଇଯାଇଥିଲା । ନକ୍ସଲ ଙ୍କ ଏହି ଅମାନୁଷିକ କାର୍ଯ୍ୟକଳାପରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ଘଟଣାର ପ୍ରାଣ ହରାଇଥିବା ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବ୍ରହ୍ମପୁର ସହରରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଶୋକସଭା କରାଯିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here