ବିଶିଷ୍ଟ ଶ୍ରମିକ ନେତା ଉପେନ୍ଦ୍ର ନାଥ ମିଶ୍ରଙ୍କ ସ୍ମୃତିସଭା

0
327

ବ୍ରହ୍ମପୁର,୦୭/୦୨/୨୦୨୨: ସମାଜବାଦୀ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚର ପୂର୍ବତନ ସଭାପତି,ବିଶିଷ୍ଟ ଶ୍ରମିକ ନେତା ତଥା ନାଟ୍ୟ ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧିନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି l ଗତ ମଙ୍ଗଳବାର ଉପେନ୍ଦ୍ର ନାଥ ମିଶ୍ରଙ୍କ ନିଜ ବାସଭବନରେ ଦେହାନ୍ତ ଘଟିଛି l OSRTC କର୍ମଚାରୀ ସଂଘର ପୂର୍ବତନ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିବାସହ ବ୍ରହ୍ମପୁର ସହରର ମଧ୍ୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଅହରହ କାର୍ଯ୍ୟ କରିଆସୁଥିଲେ । ମାନବ ଅଧିକାର ସୁରକ୍ଷା ମଞ୍ଚର ସ୍ୱାସ୍ଥ୍ୟ ଅଧିକାର ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ I ଜଣେ କଳାକାର ଭାବେ ମଧ୍ୟ ସମଗ୍ର ଓଡ଼ିଶାରେ ସେ ଖୁବ ପରିଚିତି ଥିଲେ।ସ୍ୱାଧୀନତା ସଂଗ୍ରାମୀ ବାପା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଆଦର୍ଶମୟ ଜୀବନରେ ଗଭୀର ଭାବେ ପ୍ରଭାବିତ ହୋଇ ସେ ଜଣେ ସଚ୍ଚୋଟ ସ୍ୱାଭିମାନୀ ଆଦର୍ଶଗତ ମଣିଷ ଭାବେ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ । ପୂଜ୍ୟପୂଜା ସମିତିର ସଭାପତି ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଭିନୟ ଜଗତର ସମ୍ପାଦକ ତଥା କଳା ପ୍ରେମୀ ରବୀନ୍ଦ୍ର କୁମାର ନାୟକ, ଓଡିଶା ସେବା ନିବୃତ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିଶିଷ୍ଟ ସମାଜସେବୀ ଗଗନ ଚନ୍ଦ୍ର ମଲ୍ଲିକ, ଏସ.ସାମ୍ଭାଶିବା ରାଓ, ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here