ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଆରତୀ ଦେବୀ

0
253

ପୋଲସରା ୦୭/୦୨/୨୦୨୨ : ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଛି । ଢୁଙ୍କାପଡା ପଞ୍ଚାୟତର ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ ଭାବେ ଆନ୍ତର୍ଜାତିୟ ସ୍ତରରେ ସୁନାମ ଅର୍ଜନ କରିଥିବା ସୁଶ୍ରୀ ଆରତୀ ଦେବୀ ବିଜୁ ଜନତା ଦଳର ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ସିମାଞ୍ଚଳ ସେଠୀ ଓ ସମିତି ସଭ୍ୟା ପ୍ରାର୍ଥିନୀ ସଂଯୁକ୍ତା ବାଡତ୍ୟାଙ୍କ ସମେତ ୱାର୍ଡ ମେମ୍ବର ଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ। ସେମାନଙ୍କ ସହ ଢୁଙ୍କାପଡା ପଞ୍ଚାୟତର ଯୁବ ବିଜେଡ଼ି ସଂଗଠକ ସିଲୁ ଦଳାଇ, ସରପଞ୍ଚ ବସନ୍ତ କୁମାର ଜେନା, ରତ୍ନାକର ବାଡତ୍ୟା ଙ୍କ ସମେତ ଗ୍ରାମବାସୀ ସାମିଲ୍ ଥିଲେ ।ସମିତି ସଭ୍ୟା ପ୍ରାର୍ଥିନୀ ସଂଯୁକ୍ତା ବାଡତ୍ୟା ଢୁଙ୍କାପଡା ପଞ୍ଚାୟତର ଅପ୍ରତିଦ୍ୱନ୍ଦୀ ସମିତି ସଭ୍ୟା ଭାବରେ ନିର୍ବାଚିତ ହୋଇ ପୋଲସରା ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ରହିଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁନର୍ବାର ଶ୍ରୀମତୀ ବାଡତ୍ୟାଙ୍କ ଉପରେ ଭରଷା ରକ୍ଷି ସମିତି ମେମ୍ବର ଭାବେ ପ୍ରତିଦ୍ବନ୍ଦିତା କରିବାକୁ ସୁଯୋଗ ଦେଇଛି। ସେହିପରି ସରପଞ୍ଚ ପଦବୀ ଅନୁସୂଚିତ ଜାତିଙ୍କ ନିମନ୍ତେ ସରଂକ୍ଷଣ ରହିଥିବାରୁ ଗ୍ରାମର ଜଣେ ଉଦୀୟମାନ ଯୁବକ ସିମାଞ୍ଚଳ ସେଠୀ ବିଜେଡି ସମର୍ଥୀତ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here