ବ୍ରହ୍ମପୁର, ୩୦/୦୪/୨୦୨୨: ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୦ ତମ ଶ୍ରାଦ୍ଧ ଉତ୍ସବ ଶନିବାର ଦିନ ନୂଆ ବାରାକୁ ସାହି ସ୍ଥିତ ବାସ ଭବନରେ ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ମଧ୍ୟ ଏହି ସ୍ମୃତି ସଭାକୁ ବାତିଲ କରାଯାଇଥିଲା । ସ୍ବର୍ଗତ ଦାସ ଓଡ଼ିଶାର ପ୍ରଥମ ଏମ୍.ଏଲ.ଗ୍ରାଫ ଜାତୀୟ ପୁରସ୍କାର ଫାର୍ମାସୀ କ୍ଷେତ୍ରରେ ପାଇଥିବା ବେଳେ ତାଙ୍କ ଉଦ୍ୟମରେ ବ୍ରହ୍ମପୁର ଉପକଣ୍ଠ ମହୁଡ଼ା ଠାରେ ଓଡ଼ିଶାର ପ୍ରଥମ ଫାର୍ମାସୀ କଲେଜ ପ୍ରତିଷ୍ଠା ହୋଇପାରିଥିଲା | ସେ ଜଣେ ସ୍ବାଧୀନତା ସଂଗ୍ରାମୀ, ମିଷ୍ଟଭାଷୀ, ପରୋଉପକାରୀ ବ୍ୟକ୍ତି ଥିଲେ। ଫାର୍ମାସୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୧ ମସିହାରେ ତତ୍କାଳୀନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ ସ୍ବର୍ଗତ ଦାସଙ୍କୁ ଲାଇଫ ଟାଇମ୍ ଏଚିଭମ୍ୟାଣ୍ଟ ଆୱାର୍ଡ଼ରେ ସମ୍ମାନୀତ କରିଥିଲେ ବୋଲି ତାଙ୍କ ପୁଅ ପ୍ରଶାନ୍ତ କୁମାର ଦାସ କହିଛନ୍ତି।