ବ୍ରହ୍ମପୁର ସାଂସଦଙ୍କ ଗଞ୍ଜାମ ଜିଲ୍ଲା ପରିଷଦ ପ୍ରତିନିଧି ହେଲେ ବରିଷ୍ଠ ବିଜେଡି ବ୍ୟକ୍ତିତ୍ଵ ମୁରଲୀ ପ୍ରଧାନ ।

0
710

ବ୍ରହ୍ମପୁର , ୩୦/୦୪/୨୦୨୨: ଦିଗପହଣ୍ଡି ବ୍ଲକ୍ ଜକର ପଞ୍ଚାୟତର ଚୈତନ୍ୟ ପ୍ରସାଦ ବାସିନ୍ଦା ବରିଷ୍ଟ ବିଜେଡି ବ୍ୟକ୍ତିତ୍ଵ , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ମୁରଲୀ ପ୍ରଧାନଙ୍କୁ ଆଜି ବ୍ରହ୍ମପୁର ସାଂସଦ ମାନ୍ୟବର ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲା ପରିଷଦର ସାଂସଦ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି । ଆଜି ଜକର ପଂଚାୟତକୁ ଗସ୍ତରେ ଆସି ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହିତ ବରିଷ୍ଠ ବିଜେଡି ନେତା ତଥା ପଂଚାୟତ ବିଜେଡି ସଭାପତି ଶ୍ରୀଯୁକ୍ତ ମୁରଲୀ ପ୍ରଧାନଙ୍କୁ ଆଜି ତାଙ୍କର ଜିଲ୍ଲା ପରିଷଦ ପ୍ରତିନିଧି ରୂପେ ମନୋନିତ କରିଥିବାରୁ ଅଞ୍ଚଳ ବିଜେଡି ଶିବିରରେ ଉତ୍ସାହ ଖେଳିଥିବା ଜଣାଯାଉଛି । ଏହି କ୍ରମରେ ଜକର ପଂଚାୟତ ସହିତ ଦିଗପହଣ୍ଡି ଅଞ୍ଚଳବାସୀଙ୍କ ତରଫରୁ ସାଂସଦ ଶ୍ରୀ ସାହୁଙ୍କୁ ସାଧୁବାଦ ପ୍ରଦାନ ସହ ମନୋନୀତ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମୁରଲୀ ପ୍ରଧାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଜାଇଛି ।

LEAVE A REPLY

Please enter your comment!
Please enter your name here