ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପକୁ ଉଦ୍ଧାର କରିଲେ ପିଏଫଏ ଟିମ

0
240

ଦିଗପହଣ୍ଡି,୧୭/୦୫/୨୦୨୨:
ମଙ୍ଗଳବାର ଦିଗପହଣ୍ଡି ରାୟଗଡା ମୁଖ୍ୟରାସ୍ତାର ଆପେକ୍ସ ବିଲ୍ଡିଂ ପାର୍ଶ୍ବରେ ବସବାସ କରୁଥିବା ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ରୋଷେଇ ଘରୁ ବିଷଧର ନାଗ ସାପକୁ ଉଦ୍ଧାର କରିଛନ୍ତି ପିଏଫଏ ଟିମ। ରୋଷେଇ ଘରେ ନାଗ ସାପକୁ ଦେଖି ଶିକ୍ଷୟତ୍ରୀଙ୍କ ଘରେ ଭୟଭୀତ ହୋଇଯାଇଥିବା ବେଳେ ତାଙ୍କ ସ୍ୱାମୀ ନିଶାନ୍ତ ପାତ୍ର ପିଏଫଏକୁ ଖବର ଦେଇଥିଲେ। ପରେ ସୂଚନା ପାଇ ପିପୁଲ ଫର ଆନିମଲ ସଂସ୍ଥାର ସ୍ବେଚ୍ଛାସେବୀ ଶୁଭମ ସାହୁ, ଅନୀଲ ନାହାକ, ସମୀରକାନ୍ତ ତ୍ରିପାଠୀ ପହଞ୍ଚି ସାପ ଟିକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ। ପରେ ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛାଡ଼ିଦେଇଥିଲେ। ଉଦ୍ଧୃତ ସାପଟି ମେଲ କେଟାଗୋରୀ ଥିବା ବେଳେ ଲମ୍ବ ୩ ଫୁଟ ୬ ଇଞ୍ଚ ରହିଛି ଆଉ ବୟସ ଅଢେଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here