ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗରେ “ଏକବିଂଶ ଶତାବ୍ଦି ରେ ସାଧାରଣ ପ୍ରଶାସନର ପ୍ରାସଙ୍ଗିକତା” ପାଠଚକ୍ର ଅନୁଷ୍ଠିତ

0
217

ବ୍ରହ୍ମପୁର,୨୯/୦୬/୨୦୨୨:
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗରେ ଏକ ପାଠଚକ୍ର , “ଏକବିଂଶ ଶତାବ୍ଦି ରେ ସାଧାରଣ ପ୍ରଶାସନର ପ୍ରାସଙ୍ଗିକତା” ଉପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ରଫେସର ସ୍ଵର୍ଣ୍ଣମୟୀ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଆଧୁନିକ ଲୋକ ପ୍ରଶାସନ କିପରି ଉତ୍ତମ ଶାସନ ଆଣିବା ଦିଗରେ ଯତ୍ନବାନ ତାହା ଉପରେ ପ୍ରଫେସର ତ୍ରିପାଠୀ ଆଲୋକପାତ କରିଥିଲେ । ସରକାରୀ ନୀତି ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ଦିଗରେ ଜନସାଧାରଣଙ୍କର ଅଂଶଗ୍ରହଣ ଏବଂ ନୀତିକୁ ଗ୍ରହଣ କରିବା ହେଉଛି ଉତ୍ତମ ନୀତି ବୋଲି ସେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଓ ସମ୍ମାନିତ ଅତିଥି ରୂପେ ସ୍ନାତକୋତ୍ତର ପରିଷଦ ଅଧକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ବିଭାଗୀୟ ସଂଯୋଜୋକ ଡ଼ ଦାଶରଥି ଭୂୟାଁ ସଭାପତିତ୍ବ କରିଥିଲେ। ଏଥିରେ ବିଭାଗର ଅନ୍ୟ ଅଧ୍ୟାପକ ଯଥା ଡ଼ ରାଜେଶ ସେଠ୍, ଡ଼ ସାରଦା ପ୍ରସନ୍ନ ରାଉତ ଓ ସଞ୍ଜୟ ମେହେର ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ସଞ୍ଜୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପାଠଚକ୍ର ରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପ୍ରଶ୍ନୋତ୍ତର ରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here