ଗ୍ରାମୀଣ ନାଟକରେ ଅପସଂସ୍କୃତି ଏକ ସାମାଜିକ ବ୍ୟାଧି : ନିର୍ଦ୍ଦେଶକ ସଂଘ

0
146

ବ୍ରହ୍ମପୁର,୨୮/୧୦/୨୦୨୨ :ମା’ କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଗୋଳନ୍ଥରା ଥାନା ସନ୍ନିକଟ ବିଶ୍ଵକର୍ମା ମନ୍ଦିର ପରିସରରେ ସଂଘ ସଭାପତି ଗୁରୁ ଧର୍ମରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦର ଗୋପାଳ ସ୍ୱାଇଁ, ଭୈରବ ସାହୁ, ଗଜେନ୍ଦ୍ର ଚୌଧୁରୀ ପ୍ରମୁଖ କର୍ମକର୍ତ୍ତା ଅତିଥି ଭାବରେ ଯୋଗଦେଇ ସଂପ୍ରତି ଗ୍ରାମୀଣ ନାଟକର ଅପସଂସ୍କୃତି ସମାଜରେ ବିଶୃଙ୍ଖଳା ମହାମାରୀର ବାହକ ସାଜିଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ବିଚାର ବିମର୍ଶ କରାଯାଇ ପ୍ରଶାସନର ହସ୍ତକ୍ଷେପ ଏଥି ନିମନ୍ତେ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇ ପଡିଥିବା ନିଷ୍କର୍ଷ ପ୍ରତିପାଦିତ ହୋଇଥଲା । ଆଲୋଚନାରେ ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀ, ଗୁରୁ ଇନ୍ଦ୍ରମଣି ସାସମଲ୍, ଗୁରୁ ଶଙ୍କର୍ଷଣ ବେହେରା, ଗୁରୁ ମୋହନ ପାତ୍ର, ଗୁରୁ ପ୍ରଦୀପ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ସଂଘ ସମ୍ପାଦକ ଗୁରୁ ବୁଲୁ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଗୁରୁ ସନାତନ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here