ବ୍ରହ୍ମପୁର , ୨୭/୧୧/୨୦୨୨: ନିଖିଳ ଉତ୍କଳ ତେଲେଗା ଦୋରା ସମାଜ ଖେମୁଣ୍ଡି ସର୍କଲର ବାର୍ଷିକ ସମ୍ମିଳନୀ ଆଜି ରବିବାର ଦିନ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସହାସପୁର ହାଟପଦା ସ୍ଥିତ ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉଭୟ ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ଥିବା ତେଲେଗା ଦୋରା ସମାଜର ସଦସ୍ୟ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ କୁଳୀୟ ବୁଦ୍ଧିଜୀବୀଙ୍କ ସମାବେଶରେ ଆୟୋଜିତ ଏହି ବାର୍ଷିକ ସମ୍ମିଳନୀକୁ କେନ୍ଦ୍ରୀୟ ସଭାପତି ଶ୍ରୀ ଇ ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ପାତ୍ର , ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ରିଙ୍କି ନାୟକ , ଜିଲ୍ଲା ପରିଷଦ ସଭ୍ୟା ମାମାନୀ ପାତ୍ର ଙ୍କ ସହ ଉଭୟ ଚୁଡ଼ଙ୍ଗପୁର ଓ ସହସପୁର ସମିତିସଭ୍ୟ ପ୍ରତିନିଧି ଯୋଗଦେଇଥିଲେ । କେନ୍ଦ୍ରିୟ ସାଧାରଣ ସମ୍ପାଦକ ଜି ଗୋପାଳ ରାଓ , ସର୍କଲ ସଭାପତି ଏମ ଇଙ୍ଗିଲି ଦୋରା , କେନ୍ଦ୍ର ମହିଳା ସଂଗଠନ ସଭାନେତ୍ରୀ ଇ ମାହେଶ୍ୱରୀ ଦେବୀଙ୍କ ମିଳିତ ଯୋହଡାନରେ କୁଳ ଦେବତା ଶ୍ରୀରାମଙ୍କ ସହ ଲକ୍ଷ୍ମଣ , ସୀତା ଏବଂ ହନୁମାନଙ୍କ ମିଳିତ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମଞ୍ଚାସୀନ ଅତିଥି ବୃନ୍ଦ ନିଜନିଜ ଅଭିଭାଷଣରେ ସାଂପ୍ରତିକ ସ୍ଥିତିରେ ତେଲେଗା ଦୋରା ସମାଜର ସାମାଜିକ , ଆର୍ଥିକ ଓ ରାଜନୈତିକ ସ୍ଥିତିକୁ ନେଇ ଓଜସ୍ଵିନୀ ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ସାମାଜିକ ସ୍ଥିତିରେ ସମାଜର ଉତ୍ତରଦାୟିତ୍ୱ ରଖୁଥିବା ଏହି ସମାଜର ଉତ୍ତରତ୍ତୋର କାମନା କରିଥିଲେ ।
ଆୟୋଜିତ ଆଜିର ଏହି ସମ୍ମିଳନୀରେ ସମାଜର ମହିଳା ସଂଗଠନକୁ କ୍ରିୟାଶୀଳ କରିବା ନେଇ ଅଭିନବ ପ୍ରୟାସ କ୍ରମରେ ଏକ ମହିଳା କମିଟି ଗଠନ କରାଯାଇଥିଲା । ନବଗଠିତ ଏହି କମିଟିର ସଭାନେତ୍ରୀ ଭାବେ ଜି ଇନ୍ଦ୍ରାଣୀ ଦୋରା , ସମ୍ପାଦିକା ଭାବେ ଏନ ଶ୍ରୀଦେବୀ ଦୋରା ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଜି ମିରାବାଇ ଦୋରାଙ୍କୁ ମନୋନୀତ କରାଯାଇଥିଲା । ଏହା ସହିତ ସାଂଗଠାନିକ ଆଲୋଚନା କ୍ରମରେ ଆଗାମୀ ମହାସଭା ସମନ୍ଧୀୟ ପ୍ରସ୍ତୁତି ନେଇ ତର୍ଜମା କରାଯାଇଥିଲା । ସର୍କଲ ସମ୍ପାଦକ ପି ରାଜବାବୁ ଦୋରାଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ସର୍କଲ ଉପସଭାପତି ଏନ ମିଟୁ ଦୋରା , ସହ ସଂପାଦକ ପି ଜାଗେୟା , କୋଷାଧକ୍ଷ କେ କ୍ରିଷ୍ଣା ରାଓ ଦୋରା , ଉପଦେଷ୍ଟା ପି ଭାସ୍କର ଦୋରା ଙ୍କ ସହ ଏ ପ୍ରସାଦ ଦୋରା , ଟି କାହ୍ନୁ ଦୋରା , ୟୁ ପାଣ୍ଡବ ଦୋରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ ସହ ପରିଚାଳନା ଗତ ସହଯୋଗ କରିଥିଲେ ।