ପାତ୍ରପୁର ,୦୧/୦୨/୨୦୨୩: ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ଜୟନ୍ତୀପୁର ରାଜସ୍ବ ସର୍କଲ ଅନ୍ତର୍ଗତ ବୋରିବାଡ ଗ୍ରାମରେ ଥିବା ସରକାରୀ ଜମିକୁ ସାଧାରଣରେ ଜବରଦଖଲ କରି ଘର ନିର୍ମାଣ କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚାପା ଅସନ୍ତୋଷ ଲାଗି ରହିଛି । ଏଥିନେଇ ପ୍ରଶାସନ ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଆଦୃଷ୍ୟ ପ୍ରୋତ୍ସାହନରେ ସରକାରୀ ଜମିରେ ଗୃହନିର୍ମାଣ ଲାଗି ରହିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ବୋରିବାଡ ଗ୍ରାମର କିଛି ଅସାଧୁ ବ୍ୟକ୍ତି ସରକାରୀ ଜମିରେ ଘର ନିର୍ମାଣ ନିମନ୍ତେ ଯୋଜନା ଚଳାଇଥିବା ନେଇ ଗ୍ରାମର କିଛି ବ୍ୟକ୍ତି ସୋମବାର ଦିନ ପାତ୍ରପୁର ତହସିଲ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ପ୍ରକାରେ ବୋରିବାଡ ମୌଜାର ଖାତା ନଂ ୬୯୨, ପ୍ଲଟ ନଂ ୮୧୪ କିସମ ପତିତ (ଘାସ ପଡିଆ)ରେ ଗ୍ରାମର କିଛି ବ୍ୟକ୍ତି ନୂତନ ଗୃହନିର୍ମାଣ ନିମିତ୍ତ ଜମିକି ସଫାକରି ମାଟି ପକାଇ ସମତୁଲ କରିବା ସହ ସେଥିରେ ନୂତନ ଘର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ନେଇ କିଛି ଗ୍ରାମବାସୀ ସୋମବାର ଦିନ ସ୍ଥାନୀୟ ତହସିଲଦାରଙ୍କ ସହ ସାକ୍ଷାତ ଆଲୋଚନାରେ ଲିଖିତ ଅଭିଯୋଗ କରିଥିଲେ । ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକଙ୍କ ପ୍ରତିକ୍ରିୟା ପ୍ରକାରେ ବୋରିବାଡ ଗ୍ରାମରେ ବହୁ ପରିମାଣର ସରକାରୀ ଜମି ଜବରଦଖଲ ହୋଇଥିବା ସ୍ପଷ୍ଟ କରିଥିଲେ । ଅଭିଯୋଗ ଆଧାରରରେ ଜବରଦଖଲ ପ୍ରତି ନଜର ରଖିବା ସହ ଉକ୍ତ ସରକାରୀ ଜମିରେ ଘର ନିର୍ମାଣ ବିରୁଦ୍ଧରେ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜବରଦଖଲକୁ ତୁରନ୍ତ ବନ୍ଦ କରାଯିବ ବୋଲିି କହିଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ବୋରିବାଡରେ ଥମୁନି ସରକାରୀ ଜମି ଜବରଦଖଲ : ଗ୍ରାମ୍ୟ ଗୋଷ୍ଠୀ ବିବାଦକୁ ପ୍ରଶ୍ରୟ ଦେଉଛି ତହସିଲ