ବୁଗୁଡା, ୨୮/୦୨/୨୦୨୩:ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଶିବିର ଫେବୃଆରୀ ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏହି ଏକ ଦିବସିୟ ଶିବିରକୁ ମହାବିଦ୍ୟାଳୟର ପ୍ରିନ୍ସପାଲ ଡ଼ଃ ବିବେକାନନ୍ଦ ପଟ୍ଟନାୟକ ଉଦଘାଟନ କରିଥିଲେ। ଭଞ୍ଜନଗର ଉପଖଣ୍ଡ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ସନ୍ତୋଷ କୁମାର ରଥ ଯୋଗଦେଇ ଅର୍ଥନୈତିକ ଦେଣନେଣ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା, କ୍ୟାସ ଲେସ ପେମେଣ୍ଟ ବ୍ୟବସ୍ଥା ସହ ଅନ୍ୟାନ୍ୟ ଅର୍ଥନୈତିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ମିନତୀ ଆଚାରୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗୋପୀନାଥ ମହାନ୍ତି, ଅମୀୟ ସ୍ବାଇଁ, ଡ଼ଃ ଏ.ଜିତେଶ ରାଓ, ସଲୀଳା ନାୟକ, ପ୍ରେମାନନ୍ଦ ପ୍ରଧାନ, ଭକ୍ତଲତା ମହାପାତ୍ର, ଶିବାନୀ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ। କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା