ପାଟପୁର କଲେଜ ଓ ଆମ ପୋଲିସ ସମିତି ମିଳିତ ଆନୁକୁଲ୍ୟରେ ଯୁବ ସଂସ୍କାର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

0
205

ସାନଖେମୁଣ୍ଡି ,୨୭/୦୨/୨୦୨୩ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆଜି ଏକ ଯୁବ ସଂସ୍କାର ସଚେତନତା ଜନିତ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ପାଟପୁର ଥାନା ଆମ ପୋଲିସ ସମିତି ଏବଂ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ମିଳିତ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା , ବରିଷ୍ଠ ଅଧ୍ୟାପକଙ୍କ ସହ ଆମ ପୋଲିସ ସମିତି ପକ୍ଷରୁ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମମତା ନାୟକ , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ମହିଳା ସବ ଇନ୍ସପେକ୍ଟର ମିଳନ ପ୍ରଧାନ ପ୍ରମୁଖ କୈଶୋର ଯୁବ ଶିକ୍ଷାର୍ଥୀଙ୍କୁ ଯୁବ ସଂସ୍କାର ଜନିତ ଦିଗଦର୍ଶନ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଡ଼ଃ ସୁଦଷ୍ଟା ଚୌଧୁରୀ, ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଉପସ୍ଥିତ ଆମ ପୋଲିସ ସମିତି କାର୍ଯ୍ୟକର୍ତ୍ତା ସମୂହ ସାଂପ୍ରତିକ ସମାଜରେ ଉଭଟ ପରିକଳ୍ପନା ଜନିତ ମନୋଭାବରୁ ଶୋଷଣର ଶିକାର ହେଉଥିବ ଯୁବ ପିଢିଙ୍କୁ ଆଇନର ନୀତି ନିୟମ ବିଷୟରେ ଅବତାରଣା କରିଥିଲେ l ଅବିକଶିତ ମାନସିକ ଅଭିବୃଦ୍ଧିର ବୟସ ସୋପାନରେ ଶିକ୍ଷାର୍ଥୀମାନେ ପ୍ରଲୋଭିତ ଅଥବା ମୋହିତ ହୋଇ ଅନ୍ୟର ପ୍ରରୋଚନାରେ କିମ୍ବା ମୋବାଇଲ ଦ୍ଵାର ଅନେକ ଭୁଲ କରିବସିଥାନ୍ତି l ସାଧାରଣତଃ କଲେଜ ପଢୁଆ ନାବାଳିକା ବର୍ଗ ମଧ୍ୟ ଏହି ମିଥ୍ୟା ପ୍ରଲୋଭନର ଶିକାର ହୋଇଥାନ୍ତି । ଏହା ସେମାନଙ୍କ ପରବର୍ତ୍ତୀ ସମୟ ପାଇଁ ବିପର୍ଯ୍ୟୟ ଆଣିଥାଏ । ଅତଏବ ଯୁବ ଶିକ୍ଷାର୍ଥୀମାନଙ୍କୁ ସଠିକ ମାର୍ଗ ଚୟନ ପାଇଁ ସାମୁହିକ ଉଦ୍ୟମ ଓ ସଚେତନତାକୁ ଗୁରୁତ୍ଵ ଦେବାକୁ ଶିକ୍ଷାର୍ଥୀଙ୍କୁ ଆହ୍ବାନ ଦିଆଯାଇଥିଲା । ପାଟପୁର ମହାବିଦ୍ୟାଳୟ ଏବଂ ଆମ ପୋଲିସ ସମିତିର ମିଳିତ ଉଦ୍ୟମରେ ଶିକ୍ଷାର୍ଥୀଙ୍କୁ ନେଇ ଆସନ୍ତା ଦିନରେ ଯୁବ ସଂସ୍କାର ଜନିତ ସଚେତନା ନେଇ ନିୟମିତ ବୈଠକ ନେଇ ସାମୁହିକ ମତ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here