“ବିରଞ୍ଚିନାରାୟଣ ମନ୍ଦିର” ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

0
254

ବୁଗୁଡା, ୧୪/୦୬/୨୦୨୩: ବୁଗୁଡାର ବରିଷ୍ଠ ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲିଖିତ ଗବେଷଣାତ୍ମକ ପୁସ୍ତକ “ବିରଞ୍ଚିନାରାୟଣ ମନ୍ଦିର”, ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଆନ୍ତର୍ଜାତୀୟ ଚିତ୍ରକର ସ୍ଥିତଧୀ ରଥ, ଡାକ୍ତର ସୁମନା ପଣ୍ଡା ଓ ପ୍ରଯୋଜିକା ପ୍ରଭାସିନୀ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁସ୍ତକ ଜନାଦୃତ ହେବା ସହ ଭବିଷ୍ୟତରେ ଗବେଷକମାନଙ୍କୁ ତଥ୍ୟ ପ୍ରଦାନ କରିପାରିବ ବୋଲି ମହାମହିମ ରାଜ୍ୟପାଳ ପ୍ରକାଶ କରିଥିଲେ। ଡକ୍ଟର ଶ୍ରୀ ପାଢ଼ୀଙ୍କ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ବିଷୟରେ ଏକ ଗବେଷଣାତ୍ମକ ପୁସ୍ତକ ଲେଖିଥିବା ଯୋଗୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here