ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଲେଖିକା ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟ ରେ କବିତା ଆସର ଅନୁଷ୍ଠିତ

0
255

ବ୍ରହ୍ମପୁର,୧୭/୦୬/୨୦୨୩: ଗତକାଲି ଶେଷ ରଜ ଦିନ ଅବସରରେ ଗଞ୍ଜାମ କଳା ପରିଷଦର ନୂତନ ଭବନ ଠାରେ ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଲେଖିକା ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟ ରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଉପସଚିବ ଡ଼. କୁଳମଣି ଓଝା, ମୁଖ୍ୟବକ୍ତା ଭାବେ ଇଂଜିନିଅର ଆଶୁତୋଷ ପାତ୍ର, ସମ୍ମାନିତ ଅତିଥି ଭାବେ ଗିରିଜା ଶଙ୍କର ଦାଶ, ଦେବୀପ୍ରଭା ରଥ, ଶରତ ଚନ୍ଦ୍ର ପଣ୍ଡା ମଞ୍ଚସୀନ ଥିବା ବେଳେ ସୌଦାମିନୀ ମିଶ୍ର କବିତା ଗୁଡିକ ସଂଯୋଜନା କରିଥିଲେ l ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମେଜର ରମାରମଣ ପାଢ଼ୀ, ଶ୍ରୀମତୀ ପୁଷ୍ପାଞ୍ଜଳି ପଟ୍ଟନାୟକ ଓ ସ୍ୱୟଂସିଦ୍ଧl ସ୍ବର୍ଣ୍ଣପ୍ରଭା ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଲେଖିକା ସଂସଦ ତରଫରୁ ସଂଗୀତ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା l ସଂଗୀତରେ ଜର୍ଜ ଭାବେ ସ୍ବର୍ଣ୍ଣ ପ୍ରଭା ପାଢ଼ୀ, କିରଣ ବାଳା ମିଶ୍ର ଯୋଗ ଦେଇ ଥିବାବେଳେ ପ୍ରଥମ ସୁଧାଞ୍ଜଳି ମିଶ୍ର, ଦ୍ୱିତୀୟ ଯୁଗ୍ମ ଆର. ସୁନନ୍ଦା ଚୌଧୁରୀ, ସୌଦାମିନୀ ମିଶ୍ର, ତୃତୀୟ ଯୁଗ୍ମ ଏସ. ରୂପମତୀ ପୃଷ୍ଟୀ, ସୁଚେତା ପାଣିଗ୍ରାହୀ ସ୍ଥାନ ଗ୍ରହଣ କରିଥିଲେ ସେହିପରି ସାଧାରଣ ଜ୍ଞାନରେ ଜର୍ଜ ଭାବେ ବିଦୁଷୀ ଲୋପା ସାମଲ, ଦେବୀପ୍ରଭା ରଥ ଯୋଗ ଦେଇଥିବାବେଳେ ପ୍ରଥମ ଅମିତା ମିଶ୍ର, ଦ୍ୱିତୀୟ ଜ୍ୟୋସ୍ନାରାଣୀ ଦେବୀ, ତୃତୀୟ ସ୍ଥାନ ସ୍ଵର୍ଣମୟୀ ପାଢ଼ୀ ଅଧିକାର କରିଥିଲେ l ପଦ୍ମିନୀ ମିଶ୍ର, ନିହାରିକା ସାହୁ, ସ୍ମୃତି ରଞ୍ଜନ ପଟ୍ଟନାୟକ, ବି ସତ୍ୟମ ଅଚାରୀ, ପ୍ରମୋଦ ପଣ୍ଡା, ପ୍ରଫୁଲ୍ଲ ତ୍ରିପାଠୀ, ମିହିର ରଥଶର୍ମା, ବିଳାସ କୁମାର ନନ୍ଦ ଡ଼. ସତ୍ୟନାରାୟଣ ନନ୍ଦ, ଭଗବାନ ପାତ୍ର ରଞ୍ଜିତା ରାଣୀ ଦାଶ ମଧୁସ୍ମିତା ସାହୁ ରଜନୀରାଣୀ ମୁନି ବହୁ କବି କବି କବୟିତ୍ରୀ କବିତା ପାଠ କରିଥିବା ବେଳେ ସମ୍ପାଦିକା ସୁଧାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here