ଗଞ୍ଜାମ ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0
129

ବ୍ରହ୍ମପୁର,୨୧/୦୬/୨୦୨୩:
ଭାରତୀୟ ଆୟୁଷ ମନ୍ତ୍ରାଳୟର ନିର୍ଦ୍ଧେଶକ୍ରମେ ଓ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା ଅନୁଯାୟୀ ଆଜି ଗଞ୍ଜାମ ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ପ୍ରଭାରୀ ଡା କିରଣ କୁମାର ପାଣିଗ୍ରାହୀ, ଯୁବ ଭାରତ ବରୁଣ କୁମାର ପାଣିଗ୍ରାହି ଓ ଓଡିଶା ରାଜ୍ୟ ପତଞ୍ଜଳି କାର୍ଯ୍ୟକର୍ତା ଡା ଦେବରାଜ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ଗୁରୁକୁଳ ଇଣ୍ଟେରନେସନାଲ ପବ୍ଲିକ ସ୍କୁଲରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ଓଡ଼ିଶା ପ୍ଲାନିଂ ବୋର୍ଡ଼ ଅଧ୍ୟକ୍ଷ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ମହାରଣା ମଞ୍ଚାସୀନ ଥିଲେ। ସ୍କୁଲର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ବକ୍ତବ୍ୟ କ୍ରମେ ସମସ୍ତ ଅତିଥିଗଣ ନିଜ ନିଜ ବାର୍ତା ରଖିଥିଲେ । ପରିଶେଷରେ ଶ୍ରୀ ସ୍ୱାମୀ ଯୋଗାନନ୍ଦ ସରସ୍ବତୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ କାହ୍ନା ଚେରିଟେବଲ ଟ୍ରଷ୍ଟ, ଜୟ ଜଗନ୍ନାଥ ମର୍ଣିଂ ୱାକ କ୍ଳବ, ଟିମ କ୍ଲିନ ସିଟି, ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସଂଘ, ହସ କ୍ଲବ, ଏମକେସିଜି ହେଲଥ କେର ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ ସୃଜନୀ, ଅନ୍ତର୍ଜାତୀୟ ଭାର ଉତ୍ତୋଳନ କ୍ରୀଡ଼ାବିତ ଶ୍ରୀମତୀ ସୀତା କୁମାରୀ ଜେନା, ସାମ୍ବାଦିକ ଶ୍ରୀ ସୁଦୀପ କୁମାର ସାହୁ ଏବଂ ସ୍କୁଲ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମହାପାତ୍ରଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତ ପୋଇ, ରାକେଶ ପାଳ, ଧର୍ମା ଆଚାରି, ଶିବରାମ ପାଣିଗ୍ରାହୀ, ଶ୍ରୀଧର ପାଢୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସେହି ପରି ଡା କିରଣ କୁମାର ପାଣିଗ୍ରାହୀ ଏବଂ ମହିଳା ପ୍ରଭାରୀ ତପସ୍ୱିନୀ ମିଶ୍ର ଏମକେସିଜି ଅଡିଟୋରୀୟମ ହଲ ଓ ପାରଲା କଲେଜ ରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ ଶିକ୍ଷା ଦେଇଥିଲେ।ପରିଶେଷରେ ଏକ ରାଲି କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା ଯାହାକୁ ସମସ୍ତ ଅତିଥିଗଣ ସମ୍ବୋଧନ କରିଥିଲେ।

LEAVE A REPLY

Please enter your comment!
Please enter your name here