ପିପୁଲସ କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

0
215

ବୁଗୁଡା ୨୨/୧୦/୨୩ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ – ୧ ପକ୍ଷରୁ ଅକ୍ଟୋବର ୨୨ ତାରିଖ ଦିନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିପୁଲସ କଲେଜ ଏନଏସଏସ ୟୁନିଟ ୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ପିପୁଲସ କଲେଜର ” ମୋ କଲେଜ ଅଭିଯାନ” ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇ ସେବାର ମହତ୍ତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲୋକପାତ କରିଥିଲେ। ଏନଏସଏସ ସ୍ବେଚ୍ଛାସେବୀ ବୃନ୍ଦ ବୁଦ୍ଧଖୋଲର ବିଭିନ୍ନ ସ୍ଥାନ ସଫେଇ କରି ପରିବେଶରେ ସ୍ୱଚ୍ଛତା ଆଣିଥିଲେ। ଛାତ୍ରୀ ରାନୁ ମଲ୍ଲିକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଗୃପ ଲିଡର ଛାତ୍ରୀ ପ୍ରିୟଙ୍କା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here