ପିପୁଲସ କଲେଜରେ ୭୫ତମ ଏନସିସି ଦିବସ ପାଳନ

0
196

ବୁଗୁଡା ୨୬/୧୧/୨୩ ନଭେମ୍ବର ୨୬ ତାରିଖ ହେଉଛି ୭୫ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ । ଏନସିସି ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ୍ କଲେଜରେ ମଧ୍ୟ ୭୫ ତମ ଏନସିସି ଦିବସ ପାଳନ ହୋଇଯାଇଛି। ଏନସିସି ଅଫିସର ଅଧ୍ୟାପକ ଲେଫ୍ଟେନାଣ୍ଟ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଏନସିସି ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୮ ଜଣ କ୍ୟାଡେଟ, ଅଧ୍ୟ୍ଯାପକ, ଅଧ୍ଯ୍ଯାପିକା ଓ ଅବସର ପ୍ରାପ୍ତ ସେନା ଅଧିକାରି ବୃନ୍ଦ ଯୋଗଦେଇଥିଲେ। ସମସ୍ତଙ୍କ ମନରେ ଉତ୍ସାହ, ଦେଶପ୍ରେମ, ଏକତା ଓ ଭାଇଚାରା ମନୋଭାବ ସୃଷ୍ଟି ହୋଇଥିଲା। ଜୟଜବାନ, ଜୟକିଷାନ, ଜୟବିଜ୍ଞାନ ମନୋଭାବରେ କ୍ୟାଡେଟମାନେ ଉତ୍ସାହିତ ହୋଇ ଜାତୀୟ ଏକତା ଓ ଦେଶ ପାଇଁ ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ପାଇଥିଲେ।

LEAVE A REPLY

Please enter your comment!
Please enter your name here