ବ୍ରହ୍ମପୁର, ୦୫/୧୨/୨୦୨୩: ଗଞ୍ଜାମ ଜିଲ୍ଲା ପ୍ରଶସନ, ସଖୀ ୱାନ ଷ୍ଟପ ସେଣ୍ଟର୍ ବ୍ରହ୍ମପୁର ଏବଂ “ସମା” ନୂଆ ଦିଲ୍ଲୀ ର ମିଳିତ ଆନୁକୂଲ୍ୟରେ ରେ ରଣଝାଲି ଗ୍ରାମ ପଞ୍ଚାୟତ ର ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ଗୋଷ୍ଠୀ ସ୍ତରୀୟ “ମହିଳା ହିଂସା ଦୂରୀକରଣ” ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଖଲ୍ଲିକୋଟ ବିଧ୍ୟାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥିଭାବେ ପୁରୁଷତ୍ତମପୁର ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ୍ ନିଜର ବକ୍ତବ୍ୟ ରେ ମହିଳା ମାନଙ୍କ ସଚେତନତା ରେ ହିଁ ମହିଳା ହିଂସା ଦୂରୀକରଣ ସମ୍ଭବ ବୋଲି କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂଜ୍ୟ ପୂଜା ସାହିତ୍ୟ ସଂସଦ ର ମହେଶ୍ୱର ବରାଡ଼, ରଣଝାଲି ଗ୍ରାମ ପଞ୍ଚାୟତ ର ଅନିତା ପ୍ରଧାନ, ଭୀମପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମାମାଲି ଦାସ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସଙ୍ଗୀତା ପାତ୍ର ଉପସ୍ଥିତ ଥିଲେ। “ସମା” ନୂଆଦିଲ୍ଲୀ ତରଫରୁ ସୁଶ୍ରୀ ସୁଭାଙ୍ଗୀ ସିଂ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମନ୍ଧ ରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ପରିଶେଷରେ ସଖୀ ୱାନ ଷ୍ଟପ ସେଣ୍ଟର୍ ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହାଶ୍ୱେତା ପାଢ଼ୀ ଉପସ୍ଥିତ ଥିବା ସମସ୍ତ ଅଂଶ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ୱାନ ଷ୍ଟପ ସେଣ୍ଟର୍ ର ତମ୍ବାଳି ନାୟକ, ଶୟନି ମଲ୍ଲିକ, ନିରଞ୍ଜନ ପ୍ରଧାନ ଓ ମଧୁସ୍ମିତା ମଲ୍ଲିକ ପରିଚାଳନା କରିଥିବା ବେଳେ ଆଇ.ଏସ. ଆର୍. ଡି ତରଫରୁ ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢ଼ୀ, କଲ୍ୟାଣ କୁମାର ସିଂ ଓ ବଳରାମ ମଲ୍ଲିକ ସଂଯୋଜନା କରିଥିଲେ।





