ଟିକରପଡାରେ ଆମ ପୋଲିସ ସମିତି ବୈଠକ

0
176

ବୁଗୁଡା ୫/୧୨/୨୩ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଥାନା ପକ୍ଷରୁ ପାଙ୍ଗିଡ଼ି ପଞ୍ଚାୟତର ଟିକରପଡା ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ସବ ଇନ୍ସପେକ୍ଟର ସମୀର କୁମାର ସେଠୀ, ସମିତି ସଦସ୍ୟ ସୁରେଶ ଚନ୍ଦ୍ର ଦାଶ, ପାଙ୍ଗିଡ଼ି ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ, ଦେବରାଜ ସ୍ୱାଇଁ, କୃଷ୍ଣ ରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ। ବୈଠକରେ ଉଗ୍ର ରୂପ ଧାରଣ କରିଥିବା ସାଇବର ଠକେଇ ଠାରୁ କିପରି ଦୁରେଇ ରହିବା, ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା, ଟ୍ରାଫିକ ନିୟମ ବିଷୟରେ ସଚେତନ, ପୋଲିସ ଓ ଜନସାଧାରଣ ମଧ୍ୟରେ ଭୟ ବାତାବରଣ ଦୂର କରିବା, ସାମାଜିକ ବାସନ୍ଦ ଠାରୁ ଦୂରେଇ ରହିବା, ପ୍ରଭୃତି ବିଷୟରେ ଆଲୋଚନା ହୋଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here