ବ୍ରହ୍ମପୁର,୩୧/୦୧/୨୦୨୪:
ଜ୍ଞାନବ୍ୟାପି ମସଜିଦ ରେ ତଥା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଅଛି ନନ୍ଦୀ ଓ ଗୌରୀ ଏବଂ ମହାଦେବ ।ଏହି ମନ୍ଦିରରେ ପୂଜା କରିବା ସକାଶେ ଅଦାଲତ ଅନୁମତି ଦେଇଛନ୍ତି ।ମାନ୍ୟବର କୋର୍ଟ ଙ୍କ ଏଭଳି ରାୟ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ ଵ୍ରହ୍ମପୁର ରେ ବିଜେପି ଜିଲ୍ଲା ଉପସଭାପତି ରାମକୁମାର ପାତ୍ରଙ୍କ ନେତୃତ୍ୱରେ କୋର୍ଟପେଟା ଛକଠାରେ ମିଠେଇ ବଣ୍ଟନ କରାଯାଇଥିଲା। ମାନ୍ୟବର କୋର୍ଟଙ୍କ ଏଭାଳି ରାୟ କୁ ସ୍ୱାଗତ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ, ଯୁବମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ କେ. ରବି ରାଓ, ସମାଜ ବିପିନ ବିହାରୀ ଦାସ, ରାଜକିଶୋର ପାତ୍ର, ସ୍ୱାସ୍ଥ୍ୟ ସେଲ ମୁଖ୍ୟ ରାଜୀବ କୁମାର ମିଶ୍ର, ଅଶୋକ ବ୍ରହ୍ମା, ଜଗମୋହନ ଆଚାରୀ, ଭଗବାନ ଭୂୟାଁ, ଉଦୟ ବେହେରା, ଅଖିଳ ସାହୁ, ରମେଶ ସାବତ ଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ ମିଠା ବଣ୍ଟନ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବାରାଣସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ଜ୍ଞାନବ୍ୟାପୀ ମସଜିଦ ଶିବ ଲିଙ୍ଗ ରେ...