ବିସର୍ପ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

0
86

ବ୍ରହ୍ମପୁର,୧୯/୦୨/୨୦୨୪:ସ୍ଥାନୀୟ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଏକଜିମା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଓ ଡା.ପ୍ରମିଳା ସାହୁ କହିଲେ ଅଧିକ ଲବଣ, ଅମ୍ଳ, ଆମିଷ, ବାସି ଖାଦ୍ୟ,ମିଠା ଖାଇଲେ ଓ ଆଘାତ ଲାଗି ସଂକ୍ରମିତ ହେଲେ ବିସର୍ପ ରୋଗ ହୁଏ। କାରଣ ଗୁଡିକୁ ଛାଡି ଅଧିକ ଦିନ ନିମ୍ବ ପଞ୍ଚାଙ୍ଗ ସିଝାଇ କିମ୍ବା ଚୂର୍ଣ୍ଣ ଖାଇଲେ ଓ ହଳଦୀ, କାସମର୍ଦ ପତ୍ର, ନିମ୍ବ ପତ୍ର ବାଟି ଲଗାଇଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିବା ବେଳେ ଡି.ଶ୍ରୀନିବାସ ଶିବିରର ପରିଚାଳନାରେ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରତି ସୋମବାର ରେ ଏହି ଶିବିର ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛିl

LEAVE A REPLY

Please enter your comment!
Please enter your name here