ଚତୁର୍ଥ ଦିନ ରେ ପୂର୍ବାଞ୍ଚଳ ବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ “ଉମଙ୍ଗ”

0
91

ବ୍ରହ୍ମପୁର,୧୯/୦୨/୨୦୨୪:୩୭ ତମ ଯୁବ ମହୋତ୍ସବ ଉମଙ୍ଗ ର ଚତୁର୍ଥ ଦିନର କାର୍ଯକ୍ରମ ଶେଷ ହୋଇଛି ।ଚତୁର୍ଥ ଦିନ ରେ ୮ ଟି ପ୍ରତିଯୋଗୀତା ୫ ଟି ସଭସ୍ଥଳି ରେ ଅନୁଷ୍ଠିତ ହୋଇଥିଲା। ବିଜୁପଟ୍ଟନାୟକ ପ୍ରେକ୍ଷାଳୟ ରେ ସକାଳ ବେଳା ୯ ଗୋଟି ବିଶ୍ଵବିଦ୍ୟାଳୟର ପ୍ରତିଯୋଗୀ ମାନେ ବ୍ୟଙ୍ଗ ନାଟକ ମାନ ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ରେ ହସର ଲହରୀ ଖେଲେଇଥିଲେ।ପୁଣି ଅପରାହ୍ନ ରେ ୯ ଗୋଟି ବିଶ୍ଵବିଦ୍ୟାଳୟ ମିମିକ୍ରୀ ପ୍ରତିଯୋଗୀତା ରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଅନ୍ୟପଟେ କ୍ରୀଡ଼ା ପ୍ରାଙ୍ଗଣ ରେ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗୀତା ଓ ଏହାପରେ ଲୋକ ବାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଯ୍ୟାଥା କ୍ରମେ ୮ ଟି ଏବଂ ୭ ଟି ବିଶ୍ଵବିଦ୍ୟାଳୟ ର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ଖୋଲା ପଡିଆ ରଙ୍ଗ ମଞ୍ଚ ରେ ଭଞ୍ଜ ମଣ୍ଡପ ରେ ସୁଗମ ସଙ୍ଗୀତ ପ୍ରତିଯୋଗୀତା ରେ ୧୬ ଗୋଟି ବିଶ୍ଵବିଦ୍ୟାଳୟ ଭାଗ ନେଇ ତାଙ୍କ ର ସଙ୍ଗିତ ମାଧ୍ୟମ ରେ ଦର୍ଶକ ଙ୍କ ହୃଦୟ ରେ ଶାନ୍ତି ର ଅନୁଭବ ଆଣିଦେଇଥିଲେ। ସେହି ଭଳି ସ୍କୁଲ ଅଫ ଏଯୁକେସନ ରେ ପୋଷ୍ଟର ମେକିଂ ପ୍ରତିଯୋଗୀତାରେ ୯ ଗୋଟି ବିଶ୍ଵବିଦ୍ୟାଳୟ ତାଙ୍କ କଳାକୃତି ଦେଖାଇଥିଲେ।
ଏପଟେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ରେ ମେହେନ୍ଦି ପ୍ରତିଯୋଗୀତା ହୋଇଥିଲା,ସେଥିରେ ୧୬ ଟି ବିଶ୍ଵବିଦ୍ୟାଳୟ ଭାଗ ନେଇଥିଲେ ।ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦର୍ଶକ ମାନଙ୍କ ଦ୍ଵାରା କଳା ପ୍ରଦର୍ଶନ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା।

LEAVE A REPLY

Please enter your comment!
Please enter your name here