ବ୍ରହ୍ମପୁର,୨୩/୦୮/୨୦୨୪: ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ସେକ୍ସନ୍ ସ୍ଥିତ ରାଜ୍ୟ ଜନସ୍ଵାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଯାନ୍ତ୍ରିକ ଭବନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ଅଶୀଳ କୁମାର ବ୍ରହ୍ମ, ସୁଧୀର କୁମାର ପାଣିଗ୍ରାହୀ, ଖଣ୍ଡ ସମ୍ପାଦକ, ଭୁବନେଶ୍ଵର ଏବଂ ନୂତନ ନବ ନିର୍ବାଚିତ କର୍ମକର୍ତ୍ତା ଓ ବ୍ରହ୍ମପୁର, ଛତ୍ରପୁର, କାଳିଆବାଲି, ଦିଗପହଣ୍ଡିର କର୍ମଚାରୀ ଉପସ୍ଥିତ ରହି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ଜନସ୍ଵାସ୍ଥ୍ୟ ମଣ୍ଡଳ, ଛତ୍ରପୁର), ଅଧ୍ୟକ୍ଷଣ ଯନ୍ତ୍ରୀ (ଜନସ୍ଵାସ୍ଥ୍ୟ ବିଭାଗ, ଛତ୍ରପୁର) ଓ ମହା ପ୍ରବନ୍ଧକ (କୋ, ବ୍ରହ୍ମପୁର) ଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରାଗଲା । ଆଲୋଚନା ମଧ୍ୟରେ ୱାର୍କ ଚାର୍ଜ କର୍ମଚାରୀଙ୍କୁ ରେଗୁଲାର୍ କରିବା,ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା,ସମସ୍ତ କଣ୍ଟ୍ରାକ୍ଆଲ୍ ଓ ଏଜେନ୍ସି କର୍ମଚାରୀ ମାନଙ୍କୁ ସମାନ କାମକୁ ସମାନ ଦରମା ସହ ଇ ପି ଏଫ ଓ ଇ ଏସ ଆଇ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ମୌଳିକ ଦାବୀ ନେଇ ଓ୍ୱାଟ୍କୋ ମହା ପ୍ରବନ୍ଧକଙ୍କ ସହ ଆଲୋଚନା କରାଯାଇଥିଲା ।ନୂତନ କର୍ମକର୍ତ୍ତା ଭାବେ ସୀମାଞ୍ଚଳ ପଣ୍ଡା,ଜିଲ୍ଲା ଉପ-ସଭାପତି ,ପଦ୍ମ ଚରଣ ପାଢ଼ୀ,ଜିଲ୍ଲା ସମ୍ପାଦକ,ପ୍ରଦୀପ କୁମାର ସିଂ,ଖଣ୍ଡ ସମ୍ପାଦକ,ସୁମନ କୁମାର ପାତ୍ର,ସହକାରୀ ଖଣ୍ଡ ସମ୍ପାଦକ,ନରେନ୍ ବିଶୋୟୀ କୋଷାଧ୍ୟକ୍ଷ,ସୀମାଞ୍ଚଳ ମଣ୍ଡଳ ଓ କୈଳାସ ଚନ୍ଦ୍ର ଦାଶ,ଉପଦେଷ୍ଟା, ରାମେଶ୍ଵର ନାୟକ ଓ ନିରଞ୍ଜନ ରାଉତ,କାର୍ଯ୍ୟାଳୟ ସମ୍ପାଦକ,
ଏସ୍. ସନ୍ତୋଷ କୁମାର ସ୍ଵାମୀ,ଉପଖଣ୍ଡ ସମ୍ପାଦକ, କାଳିଆବାଲି,ଜ୍ଞାନେନ୍ଦ୍ର ମହାପାତ୍ର ସହକାରୀ ଉପଖଣ୍ଡ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।ଏହା ସହ ସଂଘର ଉପରୋକ୍ତ ସମସ୍ତ ଦାବୀଗୁଡ଼ିକୁ ଅଧିକାରୀମାନେ ଯଥାଶୀଘ୍ର ପୁରଣ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ରାଜ୍ୟ ଜନସ୍ଵାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ତରଫରୁ ଧନ୍ୟବାଦ୍ୟ ଜଣାଇଥିଲେ।