ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼।ଦେୟମୁକ୍ତ ଚିକିତ୍ସା ଓ ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା: ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

0
7

ଭୁବନେଶ୍ୱର,୨୮/୦୨/୨୦୨୫

ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି । ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅନୁମୋଦନ କରିଛନ୍ତି । ପ୍ରାଣିସମ୍ପଦର ସୁରକ୍ଷା ଓ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ‘ୟୁଜର୍ସ ଫି’ ଛାଡ଼ ନିଷ୍ପତ୍ତି ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଲାଗୁ ହେବ । ନିଃଶୁଳ୍କ ସେବା ପ୍ରଦାନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଜନ ସାଧାରଣ ଅନୁରୋଧ କରିଥିଲେ ।ଲୋକମାନଙ୍କ ଅନୁରୋଧକୁ ରକ୍ଷା କରି ଲୋକଙ୍କ ସରକାର ଏହି କଲ୍ୟାଣକାରୀ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି ଆଦିଙ୍କ ଚିକିତ୍ସା ନିମନ୍ତେ ଲୋକମାନେ ପୂର୍ବରୁ ୧ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି ଦେଉଥିଲେ । ବିଭିନ୍ନ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଫି ରହିଥିଲା । ଏଣିକି ଏମାନଙ୍କ ଚିକିତ୍ସା, ଟୀକାକରଣ ଓ ଭ୍ରାମ୍ୟମାଣ ସେବା ପ୍ରଦାନ ନିମନ୍ତେ କୌଣସି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ । ଫଳରେ ସାର୍ବଜନୀନ ହୋଇପାରିବ ପ୍ରାଣୀ ଚିକିତ୍ସା । ଏ ନେଇ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here