ରାଜେନ୍ଦ୍ର ପ୍ରସାଦ ମହାରଣା ଓ ଗୌରୀ ଶଙ୍କର ମିଶ୍ର ଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୫-୨୬

0
4

ପୋଲସରା/ବୁଗୁଡ଼ା, ୦୫/୬/୨୬ : ଗଞ୍ଜାମ ଜିଲ୍ଲା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୦୫/୬/୨୬ ତାରିଖ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ୨୦୨୫-୨୬ ବର୍ଷ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ସହରର କୋର୍ଟପେଟା ଛକରେ ଥିବା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲା ଜଙ୍ଗଲ ପରିବେଶ ସମିତି ସମ୍ପାଦକ ତଥା ବ୍ରହ୍ମପୁର ଡିଏଫଓ ଙ୍କ ତତ୍ତ୍ବାବଧାନରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ମୋଟ ୨୧ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଥିବା ବେଳେ ପୋଲସରା ବନାଞ୍ଚଳରୁ ପୋଲସରା ସହରର ଦେଉଳ ପେଢ଼ି ସାହିର ରାଜେନ୍ଦ୍ର ପ୍ରସାଦ ମହାରଣା ବ୍ରହ୍ମପୁରରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇ ଦଶ ହଜାର ଟଙ୍କାର ଏକ ଚେକ୍ ଓ ମାନପତ୍ର ଗ୍ରହଣ କରିଥିଲେ। ସେହିପରି ବୁଗୁଡ଼ା ବନାଞ୍ଚଳ ର ବୁଗୁଡ଼ା ସହର ମହାରଣା ସାହିର ଗୌରୀ ଶଙ୍କର ମିଶ୍ର ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସେ ବାହାର ରାଜ୍ୟକୁ ଯାଇଥିବା ଯୋଗୁଁ ଉତ୍ସବରେ ଯୋଗଦେଇପାରିନାହାଁନ୍ତି।

LEAVE A REPLY

Please enter your comment!
Please enter your name here