ଭୂବନେଶ୍ୱର,୧୩/୦୩/୨୦୨୦(ବ୍ୟୁରୋ ରିପୋର୍ଟ)ଆବଶ୍ୟକ ସଂଖ୍ୟକ ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି।ସେହିପରି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ।ବିଦ୍ୟାଳୟ ମଧ୍ୟରେ ଦୂରତା ଅଧିକ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ପରିବହନ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ମଧ୍ୟ ହେବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।