ପିପୁଲସ କଲେଜରେ ୫ମ ଦିବସରେ ଏନଏସଏସ ଶିବିର

0
96

ବୁଗୁଡା, ୦୭/୧୦/୨୦୨୨: ବୁଗୁଡା ପିପୁଲସ କଲେଜ ରାଷ୍ଟ୍ରୀୟ ସେବା ଯୋଜନା ୟୁନିଟ-୨ ପକ୍ଷରୁ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ପୂଜା ସ୍ୱତନ୍ତ୍ର ଶିବିର ପଞ୍ଚମ ଦିବସରେ ଯୋଗ ଶିକ୍ଷା ସହ ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ୟୁନିଟ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହେଉଅଛି। ଏହି ସ୍ୱତନ୍ତ୍ର ଶିବିର ଅକ୍ଟୋବର ୯ ତାରିଖ ଦିନ ଉଦଯାପିତ ହେବ। ପଞ୍ଚମ ଦିବସରେ ମହାବିଦ୍ୟାଳୟର ଅଧ୍ୟାପକ ଲୋକନାଥ ବେହେରା ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ପ୍ରଥମ ଅଧିବେଶନରେ ଏନଏସଏସ ୟୁନିଟ-୨ ସ୍ବେଚ୍ଛାସେବୀ ବୃନ୍ଦ ଯୋଗ ଅଭ୍ୟାସ କରିବା ପରେ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀ ପୋଲାଇଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀ ବୃନ୍ଦ ପୋଷ୍ୟ ଗ୍ରାମ ବରଡିପଲ୍ଲୀରେ ଘରକୁ ଘର ଯାଇ ଶିକ୍ଷାଗତ ଓ ଅର୍ଥନୈତିକ ସର୍ଭେ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here